ନାବାଳକକୁ ଛୁରି ଭୁସି ହତ୍ୟା କଲା ନାବାଳକ – Ibnodisha

[ad_1]
ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକା ଅନ୍ତର୍ଗତ ଦାବ୍ରି ଅଞ୍ଚଳରେ ‘ମୋମୋ’ ଖାଇବା ବେଳେ କାନ୍ଧରେ କାନ୍ଧ ବାଜି ଯିବାରୁ ଜଣେ ୧୭ ବର୍ଷିୟ ନାବାଳକ ଆଉ ଜଣେ ନାବାଳକଙ୍କୁ ଛୁରି ମାରି ହତ୍ୟା କରିଥିବା କଥା ପୁଲିସ କହିଛି । ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି, ରୋହତାଶ ନଗର ଅଞ୍ଚଳରେ ‘ମୋମୋ’ ଖାଇବା ବେଳେ କାନ୍ଧରେ କାନ୍ଧ ବାଜି ଯିବାରୁ ଜଣେ ନାବାଳକ ଆଉ ଜଣେ ନାବାଳକକୁ ଛୁରି ଭୁସି ହତ୍ୟା କରିଥିବା ବିଷୟରେ ଡିସେମ୍ବର ୧୭ ତାରିଖ ଦିନ ଖବର ପାଇଥିଲୁ । ତୁରନ୍ତ ଘଟଣାସ୍ଥଳକୁ ପୁଲିସ ଟିମ୍ ପଠାଯାଇଥିଲା ।
ଛୁରାମାଡ଼ରେ ଆହତ ନାବାଳକକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କଲେ । ଏବେ ସେ ଘଟଣାର ତଦନ୍ତ ଚାଲିଛି । ଫେରାର୍ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ସେ ଅଞ୍ଚଳରେ ଲାଗିଥିବା ‘ସିସିଟିଭି’ ଫୁଟେଜ୍ ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତଦନ୍ତ ରିପୋର୍ଟ ଓ ମୃତ ତରୁଣର ବନ୍ଧୁମାନଙ୍କ ବୟାନରୁ ଆମେ ଜାଣିବାକୁ ପାଇଛୁ ଯେ, ଅଭୁଯକ୍ତଜଣକ ନାବାଳକ । ସଂଗ୍ରହ କରିଥିବା ‘ସିସିଟିଭି’ ଫୁଟେଜ୍ରେ ଦେଖିଲୁ ଯେ, ଜଣେ ତରୁଣ ଆଉ ଜଣେ ତରୁଣଙ୍କୁ ଛୁରି ଭୁସୁଛି । ଏ ଘଟଣାରେ ନରହତ୍ୟା ମାମଲା ରୁଜୁ କରାଯାଇଛି । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ।
[ad_2]