ଅପରାଧ

ଯୌତୁକ ଜୁଇରେ ଜଳିଲା ଗର୍ଭବତୀଙ୍କ ଜୀବନ – Ibnodisha

[ad_1]

କେନ୍ଦ୍ରାପଡା : ଯୌତୁକ ଜୁଇରେ ଜଳିଲା ଗର୍ଭବତୀଙ୍କ ଜୀବନ। ତେବେ ମୃତ୍ୟୁ ବେଳେ ମହିଳା ଜଣଙ୍କ ୭ ମାସର ଗର୍ଭବତୀ ଥିଲେ। ଏପରି ଲଜ୍ୟାଜନକ ଘଟଣା କଲ୍ୟାଣପୁର ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ଘଟିଛି । ସୂଚନା ଅନୁଯାୟୀ, ପଞ୍ଚାନନ ପରିଡାଙ୍କ ଝିଅ ସୋନାଲି ପରିଡାଙ୍କ ସହ କେନ୍ଦ୍ରାପଡା ଜିଲ୍ଲା ଅର୍ଗଳ ଗ୍ରାମର ବେଣୁଧର ସାହୁଙ୍କ ପୁଅ ମନୋଜ ସାହୁଙ୍କ ସହିତ ବୈଦିକ ରିତୀରେ ବିବାହ ହୋଇଥିଲା। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ସମସ୍ତ ଯୌତୁକ ପ୍ରଦାନ କରାଯାଇଥିଲା। ମାତ୍ର ବିବାହ ପରେ ସୋନାଲିଙ୍କ ଶ୍ୱଶୁର ଘର ଲୋକେ ଦେଢ ଲକ୍ଷ ଟଙ୍କା ଓ ଏକ ବାଇକ ପାଇଁ ଦାବି କରିଥିଲେ। ଏପରିକି ସୋନାଲିକୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ତେବେ ସୋନାଲିଙ୍କ ଶ୍ୱଶୁର ଘର ଲୋକେ ସୋନାଲୀଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପା ଘରକୁ ଖବର ଦେଇଥିଲେ। ଏହି ଖବର ପାଇ ପରିବାର ଲୋକେ ଅର୍ଗଳରେ ପହଁଚି ଝିଅର ମୃତଦେହ ଦେଖିବାକୁ ପାଇଥିଲେ। ତେବେ ଏହ। ଏକ ହତ୍ୟାକାଣ୍ଡ ବୋଲି ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୋନାଲୀଙ୍କ ବାପା। ତେବେ ମୃତ୍ୟୁ ବେଳକୁ ସୋନାଲି ୭ ମାସର ଗର୍ଭବତୀ ଥିଲେ। ତେବେ ପୋଲିସ ଅଭିଯୋଗ ପାଇବା ପରେ ସେହି ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button