ମହିଳାଙ୍କ ସହିତ ଦୁଷ୍କର୍ମ ଅଭିଯୋଗରେ ୨ ପଦସ୍ଥ ପୁଲିସ ଅଧିକାରୀଙ୍କ ଡ୍ରାଇଭର୍ ଗିରଫ – Ibnodisha

[ad_1]
ଝାଡ଼ଖଣ୍ଡ : ମହିଳାଙ୍କ ସହିତ ଦୁଷ୍କର୍ମ ଅଭିଯୋଗରେ ୨ ପଦସ୍ଥ ପୁଲିସ ଅଧିକାରୀଙ୍କ ଡ୍ରାଇଭର୍ ଗିରଫ । ଝାଡ଼ଖଣ୍ଡର ପଲାମୂ ଜିଲ୍ଲାରେ ଜଣେ ୩୨ ବର୍ଷୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨ଜଣ ପଦସ୍ଥ ପୁଲିସ ଅଧିକାରୀଙ୍କ ଡ୍ରାଇଭର୍ଙ୍କୁ ଗିରଫ କରାଯାଇଥିବା କଥା ଗୁରୁବାର ଦିନ ପୁଲିସ କହିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଲାମୂ ଡେପୁଟି କମିସନର୍ଙ୍କ ‘ଏସ୍କର୍ଟ’ରେ ଡ୍ରାଇଭର୍ ଥିବା ୩୦ ବର୍ଷିୟ ଧର୍ମେନ୍ଦ୍ର କୁମାର ଓ ପଲାମୂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ବାସଭବନରେ ଡ୍ରାଇଭର୍ ଥିବା ୪୦ ବର୍ଷିୟ ପ୍ରକାଶ କୁମାର। ଦୁଷ୍କର୍ମ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଗୁରୁବାର ସକାଳେ ଡାଲ୍ଟନ୍ଗଞ୍ଜ ରେଳ ଷ୍ଟେସନ୍ରୁ ସେ ଗୋଟାଏ ମୋବାଇଲ୍ ‘ରିଚାର୍ଜ’ ଦୋକାନକୁ ଯିବା ବେଳେ ଏହି ଘଟଣା ଘଟିଥିଲା। ମୋବାଇଲ୍ ଫୋନ୍ ‘ରିଚାର୍ଜ’ କରାଇ ଦେବା ବାହାନା କରି ଦୁଇ ଡ୍ରାଇଭର୍ ତାଙ୍କ ସହିତ କଥାବାର୍ତ୍ତା କରିବା ସହିତ ତାଙ୍କୁ ବଳପୂର୍ବକ ‘ରେସିଡେଣ୍ଟ୍ସ୍ ହେଡ୍କ୍ବାର୍ଟର୍ସ’କୁ ନେଇଗଲେ। ସେଠାରେ ଦୁହେଁ ତାଙ୍କ ସହିତ ଦୁଷ୍କର୍ମ କଲେ। ଏକଥା କାହାକୁ କହିଲେ ହତ୍ୟା କରିବେ ବୋଲି ତାଙ୍କୁ ଧମକ ଦେଲେ।ଟାଉନ୍ ଥାନାରେ ମହିଳାଜଣକ ଅଭିଯୋଗ ଫାଇଲ୍ କରିବାର ୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଧରାଯାଇଥିଲା। ପଲାମୂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ରିଶ୍ମା ରାମେସାନ୍ ଘଟଣା ସତ୍ୟ ବୋଲି ସୁନିଶ୍ଚିତ କରିବା ସହିତ କହିଛନ୍ତି ଯେ, ଅପରାଧୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡାକ୍ତରୀ ମାଇନା ଲାଗି ଅଭିଯୁକ୍ତ ଓ ଦୁଷ୍କର୍ମ ପୀଡ଼ିତା ମହିଳାଙ୍କୁ ‘ମେଦିନୀରାଇ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍’କୁ ପଠାଯାଇଥିବା କଥା ପୁଲିସ କହିଛି।
[ad_2]




