ରାଜ୍ୟ

୩ ଝୁଲନ୍ତା ମୃତଦେହ ଉଦ୍ଧାର – Ibnodisha

[ad_1]

ରାୟପୁର : ୩ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକମାନେ ବାପା, ମା’ ଓ ନାବାଳିକା ଝିଅ ବୋଲି ଜଣାଯାଇଛି। ତେବେ ଏପରି ମୃତ୍ୟୁ ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରିନି। ଏପରି ଏକ ଦୁଃଖଦ ଘଟଣା ଛତିଶଗଡ଼ର ରାଜଧାନୀ ରାୟପୁରରେ ଘଟିଛି। ମୃତକମାନେ ହେଲେ ୪୮ ବର୍ଷୀୟ ଲଖନଲାଲ ସେନ, ତାଙ୍କ ପତ୍ନୀ ୪୨ ବର୍ଷୀୟା ରାନୁ ସେନ ଓ ୧୪ ବର୍ଷୀୟା ଝିଅ ପଲକ । ଲଖନଲାଲଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ପଡ଼ୋଶୀମାନେ ସନ୍ଦେହରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ କବାଟ ଭାଙ୍ଗି ଘରେ ପଶି ଯାହା ଦେଖିଲା ଚକିତ ହୋଇ ଯାଇଥିଲା। ଘରେ ବାପା, ମା’ ଓ ଝିଅଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ପୁଲିସ୍‌ ଦେଖିବାକୁ ପାଇଥିଲା। ତେବେ ସେମାନେ ପ୍ରାୟ ୨ ଦିନ ହେବ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।ପୁଲିସ୍‌ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଛି। ଲଖନଲାଲ ଜଣେ ବ୍ୟବସାୟୀଙ୍କ ନିକଟରେ ଚାକିରି କରିଥିବା ବେଳେ ହସଖୁସିରେ ତାଙ୍କ ପରିବାର ଚାଲିଥିଲା। ତେବେ ଆତ୍ମହତ୍ୟାର କାରଣ କ’ଣ, କ’ଣ ପାଇଁ ସମଗ୍ର ପରିବାର ଏପରି ଚରମ ପଦକ୍ଷେପ ନେବାକୁ ପଛାଇଲେ ନାହିଁ ତାହା ଉପରୁ ପରଦା ହଟିନି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button