ରାଜ୍ୟ

ନିଯୁକ୍ତି ମେଳା ୨୦୨୩-୨୪ ଆୟୋଜିତ ସଂପର୍କିତ ସାମ୍ୱାଦିକ ସମ୍ମିଳନୀ – Ibnodisha

[ad_1]

ଯାଜପୁର : ଯାଜପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ନିଯୁକ୍ତି ମେଳା ୨୦୨୩-୨୪ ଆୟୋଜନ ସଂପର୍କିତ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତିଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜାନୁୟାରୀ ମାସ ୩ ତାରିଖରେ ନରସିଂହ ଚୈାଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ୪ ତାରିଖରେ ନୃସିଂହ ଚୈାଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ କ୍ଷୁଦ୍ର ନିଯୁକ୍ତି ମେଳା ଆୟୋଜନ ହେବାକୁ ସ୍ଥିର ହୋଇଛି। । ଉଭୟ ୨ ଗୋଟି କ୍ଷୁଦ୍ର ନିଯୁକ୍ତି ମେଳା ୧୦ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ ବେସରକାରୀ ସଂସ୍ଥାର ନିଯୁକ୍ତିଦାତାମାନେ ଅଂଶ ଗ୍ରହଣ କରି ନିଯୁକ୍ତି ପ୍ରଦାନ କରିବେ । ଏହା ବ୍ୟତୀତ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହିତ ଅନୁବନ୍ଧିତ ଥିବା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥାମାନେ ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରି ନିଯୁକ୍ତିଭିତ୍ତିକ ସ୍ୱଳ୍ପ ଅବଧିର ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଁ ପ୍ରାର୍ଥୀ ମାନଙ୍କୁ ଚୟନ କରିବେ । ଯେଉଁ ପ୍ରାର୍ଥୀ, ପ୍ରାର୍ଥିନୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ର, ଭୁବନେଶ୍ୱର, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଓ ସରକାରୀ ପଲିଟେକ୍‌ନିକ୍‌, ଯାଜପୁରରେ ଉପଲବ୍ଧ ଥିବା ବିଭିନ୍ନ ଡିପ୍ଳୋମା ପାଠ୍ୟକ୍ରମରେ ନାମ ଲେଖାଇବାକୁ ଇଚ୍ଚ୍ଥୁକ ଥିବେ ସେମାନଙ୍କୁ ମଧ୍ୟ ଏହି ମେଳାରେ ସୁଯୋଗ ପ୍ରଦାନ କରାଯିବ । ଏହି ସାମ୍ୱାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଅଧିକାରୀ ସୁଶ୍ରୀ ସ୍ୱର୍ଣ୍ଣଲତା ରାଉତ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବିଭିନ୍ନ ଚ୍ଥାପା ଓ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button