ଅପରାଧ

ଜମିବାଡ଼ି ଵିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା – Ibnodisha

[ad_1]

ଭଦ୍ରକ : ଜମିବାଡ଼ି ଵିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ବରାଳ ପୋଖୋରୀ ଏକ ନମ୍ବର ୱାର୍ଡରେ। ହଣାକଟାରେ ଉଭୟ ପରିବାରରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି। ଆହତଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି। ଦଳେଇ ଓ ସେନାପତି ପରିବାର ମଧ୍ୟରେ ଦୀର୍ଘ ୪ଵର୍ଷ ହେଲା ଜମିବାଡ଼ିକୁ ନେଇ ଵିଵାଦ ଲାଗି ରହିଛି। ଗତକାଲି ଜମିଜମାକୁ ଉଭୟ ପରିବାର ମଧ୍ୟରେ ବିବାଦ ହୋଇଥିଲା। ପରେ ଏହି ବିବାଦ ଉଗ୍ରରୂପ ନେଇଥିଲା। ଉଭୟ ପରିବାର ମଧ୍ୟରେ ହଣାକଟା ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୃତୟନ କରାଯାଇଛି। ଦଳେଇ ଓ ସେନାପତି ପରିବାର ସମ୍ପର୍କୀୟ ହେବେ। ପୁଲିସ ଘଟଣାର ତଦନ୍ତ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button