ଅପରାଧ

ଗିରଫ ହେଲେ ଶିକ୍ଷାର୍ଥୀଙ୍କ ସହିତ ଦୁଷ୍କର୍ମ କରିଥିବା ଶିକ୍ଷକ – Ibnodisha

[ad_1]

ଇଟାନଗର: କେତେକ ଶିକ୍ଷାର୍ଥୀଙ୍କୁ ଯୌନଉତ୍ପୀଡ଼ନ ଦେବା ସହିତ ଦୁଷ୍କର୍ମ କରିଥିବା ଅରୁଣାଚଳ ପ୍ରଦେଶର ଏକ ଘରୋଇ ସ୍କୁଲ୍‌ର ଜଣେ ୫୦ ବର୍ଷିୟ ଶିକ୍ଷକଙ୍କୁ ରବିବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି। ଅପରାଧ ସଂକ୍ରାନ୍ତରେ ଅବଗତ ଥାଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଥିବାରୁ ହାପୋଲି ଅଞ୍ଚଳରେ ଥିବା ଉକ୍ତ ସ୍କୁଲ୍‌ର ପ୍ରିନ୍‌ସିପାଲ୍‌ଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି। ଶିକ୍ଷାର୍ଥୀମାନଙ୍କର ଅଭିଭାବକ ପଞ୍ଜୀକୃତ କରାଇଥିବା ‘ଏଫ୍‌ଆଇଆର୍‌’କୁ ଆଧାର କରି ରବିବାର ଦିନ ପୁଲିସ ଅଭିଯୁକ୍ତ ଶିକ୍ଷକ ଓ ପ୍ରିନ୍‌ସିପାଲ୍‌ଙ୍କୁ ଗିରଫ କରିଥିବା କଥା ତଳ ସୁବନଶିରି ‘ଏସ୍‌ପି’ କେନି ବାଗ୍ରା କହିଛନ୍ତି।

ଅଭିଯୁକ୍ତ ଶିକ୍ଷକ ୫ମ ଓ ୬ଷ୍ଠ ଶ୍ରେଣୀର ଅନ୍ୟୂନ ୨/୩ଜଣ ଶିକ୍ଷାର୍ଥୀଙ୍କ ସହିତ ଦୁଷ୍କର୍ମ କରିଥିବା କଥା ‘ଏସ୍‌ପି’ କହିଛନ୍ତି। ହାପୋଲି ମହିଳା ଥାନାରେ ‘ପୋକ୍‌ସୋ ଆଇନ’ ଅନୁଯାୟୀ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଥିବା କଥା ସେ କହିଛନ୍ତି। ୬ଜଣ ଛାତ୍ର ଓ ୧୫ଜଣ ବାଳିକାଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ଗତବର୍ଷ ନଭେମ୍ବର ମାସରେ ଶି-ୟୋମି ଜିଲ୍ଲାରେ ଜଣେ ସ୍କୁଲ୍‌ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସେ ୬ଜଣ ବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button