ଦେଶ

ଦୃଷ୍ଟିହୀନା ମହିଳାଙ୍କୁ ବିମାନରୁ ଓହ୍ଲାଇ ଦେବାକୁ ଭୁଲିଗଲା ‘ଭିସ୍ତାରା ଏୟାର୍‌ଲାଇନ୍‌’, ତା’ପରେ… – Ibnodisha

[ad_1]

ନୂଆଦିଲ୍ଲୀ: ଏକାକିନୀ ଦିଲ୍ଲୀରୁ କୋଲ୍‌କାତା ଯାଉଥିବା ଜଣେ ଦୃଷ୍ଟିହୀନା ମହିଳାଙ୍କୁ ବିମାନରୁ ଓହ୍ଲାଇବାକୁ ଭୁଲି ଯାଇଥିବା ‘ଭିସ୍ତାରା ଏୟାର୍‌ଲାଇନ୍‌ସ୍‌’କୁ ସେ ମହିଳାଙ୍କ ପୁଅ ରବିବାର ଦିନ ତୀବ୍ର ସମାଲୋଚନା କରିଛନ୍ତି।

ଉକ୍ତ ଦୃଷ୍ଟିହୀନା ମହିଳାଙ୍କୁ ଛାଡ଼ି ବାକି ସମସ୍ତ ଯାତ୍ରୀ ବିମାନରୁ ଓହ୍ଲାଇ ପଡ଼ିଥିଲେ। ଘଟଣା ସଂକ୍ରାନ୍ତରେ ବର୍ଣ୍ଣନା କରି ସେ ମହିଳାଙ୍କ ପୁଅ ଆୟୁଷ କେଜ୍ରିୱାଲ୍‌ ‘ଇନ୍‌ଷ୍ଟାଗ୍ରାମ୍‌’ରେ ଭିଡିଓ ମଧ୍ୟ ପୋ‌ଷ୍ଟ୍‌ କରିଛନ୍ତି। ସେ କହିଛନ୍ତି, ବିମାନ ମଧ୍ୟକୁ ସଫେଇ କର୍ମଚାରୀମାନେ ପ୍ରବେଶ କରୁଥିବା ଅନୁମାନ କରି ମାଆ ଚିତ୍କାର କରିଥିଲେ। ସେତେବେଳେ ଯାଇ ସେ ଜାଣିପାରିଲେ କି, ସବୁ ଯାତ୍ରୀ ଓହ୍ଲାଇ ସାରିଛନ୍ତି କିନ୍ତ, ତାଙ୍କୁ ଓହ୍ଲାଇବାରେ ସହାୟତା କରିବା ଲାଗି ବିମାନର କର୍ମଚାରୀମାନେ ଭୁଲି ଯାଇଛନ୍ତି।

‘ଏୟାର୍‌ଲାଇନ୍‌’କୁ ସମ୍ବୋଧନ କରି ଆୟୁଷ କେଜ୍ରିୱାଲ୍‌ ଉକ୍ତ ଭିଡିଓର ପରିଚୟୋକ୍ତିରେ ଲେଖିଛନ୍ତି: ଭିସ୍ତାରା ଏୟାର୍‌ଲାଇନ୍‌ସ୍‌, ‘ମୋ ଦୃଷ୍ଟିହୀନା ମାଆଙ୍କୁ ଏଭଳି କେମିତି ଏଭଳି ବିପଦରେ ପକାଇଲ?! ଯାତ୍ରା ସମୟରେ ଆପଣମାନଙ୍କ ତତ୍ତ୍ବାବଧାନ ଓ ସହାୟତାକୁ ଭରସା କରି ଛଡ଼ା ଯାଇଥିବା ଅକ୍ଷମ ଯାତ୍ରୀମାନଙ୍କ ଦେଖାଶୁଣା ପାଇଁ କ’ଣ ଆପଣ ଉତ୍ତରଦାୟୀ ନୁହନ୍ତି?! କ୍ଷୋଭର କଥା!

ଆୟୁଷ କହିଛନ୍ତି, ବିମାନ କୋଲ୍‌କାତାରେ ଅବତରଣ କରିବା ପରେ ତାଙ୍କୁ କୁହାଗଲା କି, ଅପେକ୍ଷା କରନ୍ତୁ, ସମସ୍ତ ଯାତ୍ରୀ ଓହ୍ଲାଇ ଯିବା ପରେ କେହି ଜଣେ ଆସି ଆପଣଙ୍କୁ ଓହ୍ଲାଇ ଦେବେ। ସେ ୨୦/୨୫ ମିନିଟ ଅପେକ୍ଷା କଲେ, କିନ୍ତୁ କେହି ଆସିଲେ ନାହିଁ। ସଫେଇ କର୍ମଚାରୀମାନେ ବିମାନ ଭିତରକୁ ଆସିବା ଅନୁମାନ କରି ସେ ଭୟଭୀତ ହୋଇ ଚିତ୍କାର କଲେ। କାରଣ, ତାଙ୍କର ଧାରଣା ହେଲା ଏଥର ବିମାନଟି ତାଙ୍କୁ ନେଇ ତା’ର ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜକୁ ଚାଲିଯିବ।

ତା’ପରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଗଲା। ଆୟୁଷଙ୍କ ଇନ୍‌ଷ୍ଟାଗ୍ରାମ୍‌ ଭିଡିଓରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ଭିସ୍ତାରା ଏୟାର୍‌ଲାଇନ୍‌ସ୍‌’ ଦୁଃଖ ପ୍ରକାଶ କରି କ୍ଷମାପ୍ରାର୍ଥନା କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button