ରାଜ୍ୟ

ନିଖୋଜ ଦୁଇ ସ୍କୁଲ ଛାତ୍ରୀଙ୍କୁ ପୁରୀରୁ ଠାବ କଲା ଭରତପୁର ପୁଲିସ – Ibnodisha

[ad_1]

ଭୁବନେଶ୍ବର: ଖଣ୍ଡଗିରି ବାରି ଅଞ୍ଚଳର ନିଖୋଜ ଦୁଇ ସ୍କୁଲ ଛାତ୍ରୀ ଠାବ ହୋଇଛନ୍ତି। ଭରତପୁର ଥାନା ପୁଲିସ ଦୁଇ ଛାତ୍ରୀଙ୍କୁ ପୁରୀରୁ ଠାବ କରିଥିବା ସୂଚନା ମିଳିଛି। ପୁଲିସ ଦୁଇ ଜଣଙ୍କୁ ଠାବ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ସୂଚନା ଅନୁସାରେ ବୁଧବାର ଦୁଇ ଛାତ୍ରୀ ଘାଟିକିଆ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିଲେ ।

ହେଲେ ଅପରାହ୍ନ ୪ଟାବେଳେ ସ୍କୁଲ ଛୁଟି ହେବା ପରେ ଘରକୁ ନଫେରି କେଉଁଆଡେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ । ଏ ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଭରତପୁର ପୁଲିସ ଛାନଭିନ୍ ଜାରି ରଖିଥିଲା। ଗୁରୁବାର ପୁରୀରୁ ପୁଲିସ ଉଭୟ ନିଖୋଜ ଛାତ୍ରୀଙ୍କୁ ଠାବ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button