ଦେଶ

ସାଉଥ୍ ଆଫ୍ରିକାକୁ ଆଶ୍ୱସ୍ତି: ଏବେ ନିଆଯିବନି କାର୍ଯ୍ୟାନୁଷ୍ଠାନ; ବିଶ୍ୱକପ୍‌ରୁ ହଟିବନି ପତାକା – Ibnodisha

[ad_1]

ନୂଆଦିଲ୍ଲୀ: ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥା (ୱାଡା)ର ସମ୍ଭାବ୍ୟ କଟକଣା ବିରୋଧରେ ଅପିଲ କରି ଦକ୍ଷିଣ ଆଫ୍ରିକା କିଛି ସମୟ ବିରତି ପାଇବାକୁ ସକ୍ଷମ ହୋଇଛି । ଫଳରେ ଟେମ୍ବା ବାଭୁମାଙ୍କ ଦଳ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଯାହାଦ୍ୱାରା ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପ୍ ସମୟରେ ନିଜ ପତାକା ପ୍ରତ୍ୟାହାର କରିନେବା ଏବଂ କୌଣସି ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ କଟକଣା ଲଗାଯିବା ସମ୍ଭାବନାକୁ ମଧ୍ୟ ଦୂର କରିଛି । ଦକ୍ଷିଣ ଆଫ୍ରିକା ସମ୍ପର୍କିତ ମାମଲା ଏବେ ମଧ୍ୟସ୍ଥତାକୁ ପଠାଯିବ ।

ୱାଡା ପକ୍ଷରୁ ପ୍ରକାଶ କରାଯାଇଥିଲା ଯେ ଦକ୍ଷିଣ ଆଫ୍ରିକାର ଜାତୀୟ ଡୋପିଂ ନିରୋଧି ସଂଗଠନ (ଏନ୍‌ଏଡିଓ) ୱାଡା ପକ୍ଷରୁ ଜାରି କରାଯାଇଥିବା ବିଧିବଦ୍ଧ ବିଜ୍ଞପ୍ତିକୁ ପାଳନ କରୁନାହିଁ । ଯାହା ପ୍ରସ୍ତାବିତ ପରିଣାମକୁ ବିରୋଧ କରୁଛି । ୱାଡା ଖୁବଶୀଘ୍ର ଏହି ମାମଲାକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (ସିଏଏସ୍‌)କୁ ପଠାଇବ । ତେଣୁ ଏହାକୁ ପାଳନ ନକରିବା ଅଭିଯୋଗରେ ଦକ୍ଷିଣ ଆଫ୍ରିକାକୁ ବାସନ୍ଦ କରାଯିବାରୁ ସମ୍ଭାବନା ରହିଥିଲା । କିନ୍ତୁ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି ଏବଂ ସିଏଏସ୍ ଏହାର ରାୟ ଦେବା ପର୍ଯ୍ୟନ୍ତ ଏହାର ପରିଣାମ ଲାଗୁ ହେବ ନାହିଁ ବୋଲି ୱାଡା ଏକ ବିବୃତ୍ତିରେ କହିଛି ।

ଏହା ପୂର୍ବରୁ ୱାଡାର କାର୍ଯ୍ୟନିର୍ବାହୀ କମିଟି ପ୍ରକାଶ କରିଥିଲା ଯେ ଏଜେନ୍ସିର ସ୍ୱାଧୀନ ଅନୁପାଳନ ସମୀକ୍ଷା କମିଟି (ସିଆରସି) ଦକ୍ଷିଣ ଆଫ୍ରିକାର ଜାତୀୟ ଡୋପିଂ ନିରୋଧୀ ସଙ୍ଗଠନ (ଏନଏଡିଓ)କୁ ୱାଡା କୋଡ୍ ଅନୁପାଳନ କରିନଥିବା ପ୍ରମାଣିତ କରିଛି । ଏହି ମାମଲାରେ ଅନୁପାଳନ ନକରିବା ଦକ୍ଷିଣ ଆଫ୍ରିକାର ଆଇନ ୨୦୨୧ କୋଡ୍ ସହିତ ମେଳ ନ ଖାଇବାର ପରିଣାମ ଥିଲା ।

ଏହି ମାମଲାକୁ ସ୍ଥଗିତ ରଖାଯିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଧ୍ୟ ଆଶ୍ୱସ୍ତ ହୋଇଛି ଯେ ବିଶ୍ୱକପରେ ଅସାଧାରଣ ପ୍ରଦର୍ଶନ କରୁଥିବା ଦକ୍ଷିଣ ଆଫ୍ରିକା ଦଳ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାର ଆବଶ୍ୟକତା ନାହିଁ ।

The post ସାଉଥ୍ ଆଫ୍ରିକାକୁ ଆଶ୍ୱସ୍ତି: ଏବେ ନିଆଯିବନି କାର୍ଯ୍ୟାନୁଷ୍ଠାନ; ବିଶ୍ୱକପ୍‌ରୁ ହଟିବନି ପତାକା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button