ରାଜ୍ୟ
ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ହାଇକୋର୍ଟରେ ଜାମିନ – Ibnodisha
[ad_1]
ଚଣ୍ଡିଗଡ଼: ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସୋମବାର ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଭଟିଣ୍ଡାର ଏକ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିବାପରେ ବାଦଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଭଟିଣ୍ଡା ସହରର ଏକ ପ୍ରାଇମ୍ ଲୋକେସନ୍ରେ ଜମି କିଣିବା ଦୁର୍ନୀତି ପ୍ରସଙ୍ଗରେ ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ବାଦଲଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।
ଏପରିକି ବାଦଲଙ୍କ ନାମରେ ଗିରଫ ପରୱାନା ମଧ୍ୟ ଜାରି କରାଯାଇଥିଲା । ଭିଜିଲାନ୍ସ ବିଭାଗ ପକ୍ଷରୁ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ. ଉତ୍ତରାଖଣ୍ଡ ଏବଂ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲେ ସୁଦ୍ଧା ବାଦଲଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହୋଇଥିଲା । ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥିବାବେଳେ ବାଦଲ ତାଙ୍କ ମନ୍ତ୍ରିପଦର ଅପବ୍ୟବହାର କରି ମୂଲ୍ୟବାନ ଜମିକୁ ହଡପ କରିଥିବା ଅଭିଯୋଗ ହୋଇଥିଲା । ବାଦଲ ବର୍ତ୍ତମାନ ବିଜେପିରେ ଯୋଗଦେଇଛନ୍ତି ।
[ad_2]