ରାଜ୍ୟ

ବିଜେବି ଫ୍ରେଣ୍ଡ୍ସ ଦ୍ଵାରା ବିଜେବିରେ ଗାନ୍ଧୀ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଯୁବପିଢି ମାନଙ୍କ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ନୀତି ଓ ଆଦର୍ଶର ବାର୍ତ୍ତା ପହଞ୍ଚାଇବାକୁ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଆର୍ଥିକ ସହାୟତାରେ ବିଜେବି କଲେଜରେ ଗତକାଲି ପାଳିତ ହୋଇଯାଇଛି ଗାନ୍ଧୀ ଜୟନ୍ତି। ବିଜେବି କଲେଜ ପୁର୍ବତନ ଛାତ୍ରଛାତ୍ରୀ ସଂଘ ବିଜେବି ଫ୍ରେଣ୍ଡ୍ସ ଆନୁକୁଲ୍ୟରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଛି।

ଉକ୍ତ ଉତ୍ସବରେ କବି ତଥା ବିଶିଷ୍ଟ ଲେଖକ ହରପ୍ରସାଦ ଦାସ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ।

ବିଶିଷ୍ଟ ଗାନ୍ଧିବାଦୀ ଲେଖକ ଗୌରାଙ୍ଗ ଚନ୍ଦ୍ର ପରିଡା ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଉଦ୍-ବୁଦ୍ଧ ହେବା ପାଇଁ ଉପଦେଶ ଦେଇଥିଲେ। ଏତଦ୍ ବ୍ୟତୀତ ବିଜେବି କଲେଜର ଅଧକ୍ଷା ଇତିଶ୍ରୀ ପାଢୀ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ଡେପୁଟି ଗଭର୍ଣ୍ଣର ହାରୁନ୍ ରସିଦ୍ ଖାନ୍ ଓ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଜେନେରାଲ ମ୍ୟାନେଜର ସର୍ବେସ ରଞ୍ଜନ ଅତିଥି ରୂପେ ଯୋଗଦେଇ ସେମାନଙ୍କର ମୂଲ୍ୟବାନ ବକ୍ତବ୍ୟ ଦେଇଥିଲେ।

ଏହି ଉତ୍ସବରେ ପୂର୍ବରୁ ମହାତ୍ମାଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ କରାଯାଇଥବା ଆନ୍ତଃ ମହାବିଦ୍ୟାଳୟ ସ୍ଥରୀୟ ରଚନା, ବକୃତା ଓ କୁଇଜ୍ ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ନଗଦ ରାଶି, ମାନପତ୍ର ତଥା ଫଳକ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା।
ଉକ୍ତ ଉତ୍ସବରେ ବିଜେବି ଫ୍ରେଣ୍ଡ୍‌ର ସଭାପତି ସଭାପତି ଦେବାଶିଷ ପଟ୍ଟନାୟକ ସଭାପତ୍ଵ କରି ସ୍ଵାଗତ ଭାଷଣ ଦେଇଥିବା ବେଳେ ଓ ସଂପାଦକ ସତ୍ୟବ୍ରତ ଧୂପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button