ରାଜ୍ୟ

ଆମକୁ ଦୁର୍ବଳ ଭାବିବାର ଭୁଲ କରନ୍ତୁ ନାହିଁ: ଶଙ୍କରାଚାର୍ଯ୍ୟ – Ibnodisha

[ad_1]

ଭୁବନେଶ୍ୱର: ରାମମନ୍ଦିରର ପ୍ରତିଷ୍ଠା ପାଇଁ ପୂରା ଦେଶ ଉତ୍ସବମୁଖର । ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଅନେକ ପ୍ରତିଷ୍ଠିତ ଲୋକ ଅଯୋଧ୍ୟା ଆସିବେ । କିନ୍ତୁ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ପୂର୍ବରୁ ମନା କରି ସାରିଛନ୍ତି ଦୁଇ ଶଙ୍କରାଚାର୍ଯ୍ୟ ସ୍ୱାମ୍ବୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଓ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।

ଶଙ୍କରାଚାର୍ଯ୍ୟ କହିଛନ୍ତି, ଯେଉଁମାନେ ବ୍ୟାସପୀଠଙ୍କ ସହ ଲାଗନ୍ତି ସେମାନେ ଭାଙ୍ଗି ଚୁରମାର ହୋଇଯାଆନ୍ତି । ହିମାଳୟ ଉପରେ ପ୍ରହାର କଲେ ପ୍ରହାର କରୁଥିବାର ବ୍ୟକ୍ତିର ହିଁ କ୍ଷତି ହୁଏ । ଆମ ସହ ଲାଗିବା ଉଚିତ୍ ନୁହେଁ । ଲକ୍ଷ ଲକ୍ଷ ପରମାଣୁ ବୋମାକୁ କ୍ଷଣିକରେ ଧ୍ୱଂସ କରିବାର କ୍ଷମତା ଆମ ପାଖରେ ରହିଛି । ଆମେ ନିର୍ବାଚନ ପ୍ରକ୍ରିୟା ଦ୍ୱାରା ଏହି ପଦବୀରେ ଅଧିଷ୍ଠିତ ହୋଇନାହୁଁ । ଯାହାଙ୍କର ଏହି ଗାଦି ସେମାନଙ୍କ ଦ୍ୱାରା ପ୍ରେରିତ ହୋଇ ଆମେ ଏହି ପଦବୀରେ ବସିଛୁ । ତେଣୁ ଆମର କେହି କିଛି କ୍ଷତି କରିପାରିବେନି ।

ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହାମଧ୍ୟ କହିଛନ୍ତି, ଯଦି ଆମ ବିରୋଧରେ କିଏ ଚକ୍ରାନ୍ତ କରିବାକୁ ପ୍ରୟାସ କରିବ ସେ ଯେତେ ଶକ୍ତିଶାଳୀ ହେଉ ନା କାହିଁକି ସୁରକ୍ଷିତ ରହିପାରିବନି । ମୁଁ ଜନତାଙ୍କୁ ଉସକାଏ ନାହିଁ କିନ୍ତୁ ଲୋକେ ଆମ କଥାକୁ ଅନୁକରଣ କରନ୍ତି । ଲୋକମତ ଆମ ସାଥୀରେ ଅଛି । ଶାସ୍ତ୍ର ମତ ଓ ସାଧୁ ମତ ମଧ୍ୟ ଆମ ସାଥୀରେ ରହିଛି । ତେଣୁ ଆମକୁ ଦୁର୍ବଳ ଭାବିବାର ଭୁଲ କରନ୍ତୁ ନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button