କମର୍ସିଆଲ ପାଇଲଟ୍ ଲାଇସେନ୍ସର ବୈଧତା ୧୦ ବର୍ଷ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିଜ୍ଞପ୍ତି – Ibnodisha

[ad_1]
ନୂଆଦିଲ୍ଲୀ: ଏଣିକି କମର୍ସିିଆଲ ପାଇଲଟ୍ ଲାଇସେନ୍ସ ୧୦ ବର୍ଷ ପାଇଁ ବୈଧ ରହିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଆଭିଏସନ୍ ସେକ୍ଟରରେ ଉନ୍ନତି ଆଣିବାକୁ ଏୟାରକ୍ରାଫ୍ଟ ନିୟମ ୧୯୩୭ରେ ଆବଶ୍ୟକ ସଂଶୋଧନ କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ବର୍ତ୍ତମାନ କମର୍ସିଆଲ ପାଇଲଟ୍ ଲାଇସେନ୍ସ ସର୍ବାଧିକ ୫ ବର୍ଷ ପାଇଁ ବୈଧ ବିବେଚିତ ହେଉଛି । ୫ ବର୍ଷ ପରେ ସଂପୃକ୍ତ ପାଇଲଟ୍ଙ୍କୁ ଲାଇସେନ୍ସ ନବୀକରଣ କରିବାକୁ ପଡିଥାଏ । ଏହାବ୍ୟତୀତ ମନ୍ତ୍ରଣାଳୟ ପକ୍ଷରୁ ଏୟାରଲାଇନ ଟ୍ରାନ୍ସପୋର୍ଟ ପାଇଲଟ୍ ଲାଇସେନ୍ସ (ଏଟିପିଏଲ) ଏବଂ ସିପିଏଲ ଲାଇସେନ୍ସର ଅବଧି ୫ରୁ ୧୦ ବର୍ଷକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ପାଇଲଟ୍ ଏବଂ ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) କର୍ତ୍ତୃପକ୍ଷଙ୍କ ଉପରୁ ପ୍ରଶାସନିକ ଚାପ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।
ପୁନଶ୍ଚ ଯୋଗ୍ୟ ପାଇଲଟ୍ଙ୍କୁ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ମଧ୍ୟ ସ୍ୱଚ୍ଛ ଓ ତ୍ୱରାନ୍ୱିତ ହୋଇପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କମର୍ସିଆଲ ପାଇଲଟ୍ ଲାଇସେନ୍ସ ବ୍ୟତୀତ ଏରୋଡ୍ରମ୍ରେ ବିଭିନ୍ନ ପ୍ରକାର ଲାଇଟ୍ ବ୍ୟବସ୍ଥାରେ ମଧ୍ୟ ସଂଶୋଧନ କରାଯାଇଛି । ଏଥିରେ ଲଣ୍ଠନ ଲାଇଟ୍, ୱିସ୍ କାଇଟ୍ସ ଏବଂ ଲେଜର ଲାଇଟ୍ର ସଜ୍ଞା ନିରୂପଣ କରାଯାଇଛି । ଏରୋଡ୍ରମରେ ଖଞ୍ଜାଯାଇଥିବା ଏଭଳି ଲାଇଟ୍ ପ୍ରସଙ୍ଗରେ ସରକାରଙ୍କ କ୍ଷମତା ୫ କିମିରୁ ୫ ନଟିକାଲ ମାଇଲକୁ ବୃଦ୍ଧି କରାଯାଇଛି । ଏହି ସୀମା ମଧ୍ୟରେ ଯଦି କୌଣସି ବ୍ୟକ୍ତିି ଏଭଳି ଲାଇଟ୍ ବ୍ୟବହାର କରି ବିମାନ ଚଳାଚଳ ବ୍ୟବସ୍ଥାରେ ବାଧା ସୃଷ୍ଟି କରନ୍ତି, ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।
ଯଦି ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ଲାଇଟ୍ ଜଳୁଥାଏ, ତେବେ ସେଠାରେ କର୍ମଚାରୀଙ୍କୁ ପଠାଇ ଲାଇଟ୍ ବନ୍ଦ କରିବାର ଅଧିକାର ସରକାରଙ୍କ ନିକଟରେ ସଂରକ୍ଷିତ ରହିବ ବୋଲି କୁହାଯାଇଛି । ଆଇନ ଅମାନ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ନିକଟସ୍ଥ ଥାନାରେ ଏତଲା ମଧ୍ୟ ଦାଏର କରାଯିବ । ଯଦି ଏରୋଡ୍ରମ୍ ପରିସରରେ ଏଭଳି ଲାଇଟ୍କୁ ଠାବ କରିବା କିମ୍ବା ଲାଇଟ୍ର ସ୍ଥାନ ପରିବର୍ତ୍ତନ କରାଯାଏ, ତେବେ ଏୟାରପୋର୍ଟ କର୍ତ୍ତୃପକ୍ଷ ତୁରନ୍ତ ଥାନାକୁ ଜଣାଇବେ ବୋଲି କୁହାଯାଇଛି ।
ଏହାବ୍ୟତୀତ ଏଟିସି (ଏୟାର ଟ୍ରାଫିକ୍ କଣ୍ଟ୍ରୋଲର) ଲାଇସେନ୍ସକୁ କୋହଳ କରାଯାଇଛି । ଏଟିସିରେ କାର୍ଯ୍ୟରତ କର୍ମଚାରୀ ଅତିକମରେ ୧୦ ଘଣ୍ଟା କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ୧୦ ବର୍ଷରେ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ସମୀକ୍ଷା କରାଯିବ ବୋଲି କୁହାଯାଇଛି । ବିମାନସେବାକୁ ସୁରକ୍ଷିତ ଏବଂ ସମୟପୋଯୋଗୀ କରିବା ପାଇଁ ଏୟାରକ୍ରାଫ୍ଟ ନିୟମରେ ସଂଶୋଧନ କରାଯାଇଥିବା ପ୍ରକାଶ ।
[ad_2]