ରାଜ୍ୟ

ଘରୁ ପଇସା ଅଭାବ ଦୂର କରିବା ପାଇଁ କରନ୍ତୁ ଏହି ସହଜ ଉପାୟ, ଦେଖିବେ ଘର ଧନଧାନ୍ୟରେ ପୂରି ଉଠିବ, ଏହା ସହିତ ପଢନ୍ତୁ ଆହୁରି 20 Anuchinta

ଅତିଥି ମାନଙ୍କ ପାଇଁ ଉତ୍ତର କିମ୍ବା ପଶ୍ଚିମ ଦିଗରେ ରହିବା କୋଠରି ବ୍ୟବହାର କରିବା ଶୁଭ ହୋଇଥାଏ ଏବଂ ସମ୍ପର୍କ ନିବିଡ ରହିଥାଏ । ଘରେ ଅଗ୍ନି ସମ୍ବନ୍ଧୀୟ ଜିନିଷ ଦକ୍ଷିଣ-ପୂର୍ବ କୋଣରେ ରଖିବା ଉଚିତ ଏବଂ ଘରେ ରଖା ଯାଇଥିବା ବିଦ୍ୟୁତ ଉପକରଣରୁ ଅନାବଶ୍ୟକ ଶବ୍ଦ ହେବ ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ । ଘରର ଉତ୍ତର-ପୂର୍ବ କୋଣ ବା ଐଶାନ୍ୟ କୋଣ ଓ ଉତ୍ତର-ପଶ୍ଚିମ କୋଣ ବା ଆୟୋଗ କୋଣରେ ହାଲୁକା ଜିନିଷ ରଖିଲେ ଘର ପାଇଁ ମଙ୍ଗଳକାରୀ ହୋଇଥାଏ ।

ଘରେ କଣ୍ଟାଜାତୀୟ ଗଛ ଥିଲେ ତାକୁ ତୁରନ୍ତ ହଟାଇ ଦେବା ଉଚିତ, କାରଣ ଏହା ଘର ପାଇଁ ଅଶୁଭ ହୋଇଥାଏ । ଶୋଇବା ସମୟରେ କେବେ ମଧ୍ୟ ଦକ୍ଷିଣ ଦିଗକୁ ପାଦ କରି ଶୋଇବା ଉଚିତ ନୁହେଁ, ଏହାଦ୍ବାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ନିଦ୍ରାହୀନତା ଦେଖା ଦେଇଥାଏ । ଶୋଇବା ଘରେ କେବେ ମଧ୍ୟ ଦୁଆର ଆଡକୁ ଗୋଡ ରଖି ଶୋଇବା ଉଚିତ ନୁହେଁ ଏବଂ ପଶ୍ଚିମ ଦିଗକୁ ଗୋଡ ରଖି ଶୋଇବା ଶୁଭ ହୋଇଥାଏ ।

ଘରର କବାଟ ଖୋଲିବା କିମ୍ବା ବନ୍ଦ କରିବା ସମୟରେ ଶବ୍ଦ ହେବା ମଧ୍ୟ ଅଶୁଭ ହୋଇଥାଏ, ଏହାକୁ ତୁରନ୍ତ ଠିକ କରି ଦିଅନ୍ତୁ । ଘରେ ଥିବା ଫୁଲକୁଣ୍ଡରେ ପ୍ରତିଦିନ ପାଣି ଦେବା ଉଚିତ । ଯଦି କୌଣସି ଗଛ ଶୁଖି ଯାଇଥାଏ, ତାକୁ ତୁରନ୍ତ ହଟାଇ ଦେବା ଦ୍ଵାରା ମଙ୍ଗଳ ହୋଇଥାଏ । ଘରର ଦକ୍ଷିଣ-ପୂର୍ବ କୋଣକୁ ହାଲୁକା ନାରଙ୍ଗି କିମ୍ବା ହାଲୁକା ଗୋଲାପି ରଙ୍ଗ କରିଲେ ଶୁଭ ହୋଇଥାଏ ଏବଂ ଘରର ଆର୍ଥିକ ସ୍ଥିତି ଭଲ ରହିଥାଏ ।

ମଙ୍ଗଳବାର ଦିନ ଘରର ମୁଖ୍ୟଦ୍ଵାରରେ ସୋରିଷ ତେଲରେ ଦୀପ ଲଗାଇବା ଦ୍ଵାରା ମଙ୍ଗଳ ହୋଇଥାଏ ଏବଂ ଅଶୁଭତ୍ଵ ଦୂର ହୋଇଥାଏ । ପଇସା ରଖୁଥିବା ବାକ୍ସ କିମ୍ବା ଆଲମାରି ଉପରେ ଅନାବଶ୍ୟକ ବହିଖାତା ଆଦି ରଖିବା ମଧ୍ୟ ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ । ଘରର ମୁଖ୍ୟଦ୍ଵାରରେ ହାତୀ ପାଣି ଢାଳୁଥିବା ଲକ୍ଷ୍ମୀଙ୍କ ଫଟୋ ଲଗାଇବା ଦ୍ଵାରା ଶୁଭ ହୋଇଥାଏ ଏବ॰ ପଇସାର ଅଭାବ ଦୂର ହୋଇଥାଏ ।

ଘରେ ପଇସା ରଖୁଥିବା ଆଲମାରି ସବୁବେଳେ ଉତ୍ତର ଦିଗରେ ରଖିବା ସହ ଆଲମାରିର ଉପର ଥାକରେ ପଇସା ରଖିଲେ ଶୁଭ ହୋଇଥାଏ । ରବିବାର ଦିନ ସକାଳୁ ପ୍ରାଚୀନ ଶିବ ମନ୍ଦିର ଯାଇ ଜଳ ଚଢାଇବା ଦ୍ଵାରା ଅର୍ଥ ଅଭାବ ଦୂର ହୋଇଥାଏ ଏବଂ ପଇସାର ଆଗମନ ହୋଇଥାଏ । ତିନୋଟି ନୂଆ ଝାଡୁ କିଣି ରବିବାର ଦିନ ଦେବୀ ମନ୍ଦିରରେ ଦାନ କରିବା ଦ୍ଵାରା ମଙ୍ଗଳ ହୋଇଥାଏ ଏବଂ ଅର୍ଥ ଅଭାବ ଦୂର ହୋଇଥାଏ ।

ରବିବାର ଦିନ ଏକ ବରଗଛ ପତ୍ରରେ ନିଜ ମନୋସ୍କାମନା ଲେଖି ନଦୀରେ ପ୍ରବାହିତ କରିବା ଦ୍ଵାରା ତାହା ପୂର୍ଣ୍ଣ ହୋଇଥାଏ ଓ ଟଙ୍କାର ଅଭାବ ମଧ୍ୟ ରୁହେ ନାହିଁ । ପ୍ରତ୍ଯେକ କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ଘରେ ରୋଷେଇ ହେଉଥିବା କିଛି ଖାଦ୍ଯରୁ ପଶୁପକ୍ଷୀଙ୍କୁ ଖୁଆଇବା ଉଚିତ ।ଏବଂ ଗୋଟିଏ ବାସନରେ ଆମିଷ ଓ ନିରାମିଷ ରୋଷେଇ କରିବା ଉଚିତ ନୁହେଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button