ରାଜ୍ୟ

ଗଛକୁ ପିଟିଲା ବାଇକ୍, ୨ ଯୁବକ ମୃତ – Ibnodisha

[ad_1]

ସୁନ୍ଦରଗଡ଼: ବୁଧବାର ସନ୍ଧ୍ୟାରେ ସଦରଥାନା ଭେଡ଼ାବାହାଲ ବଘିଆପଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ ବାଇକ୍ ଆରୋହୀ ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମୃତକମାନେ ହେଲେ ଭେଡ଼ାବାହାଲର କିଶୋର ବାରିହା ଓ ସଞ୍ଜୟ ମାଝୀ। ସେମାନେ ନିକଟ ନଦୀରୁ ଗାଧୋଇ ଘରକୁ ଫେରୁଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଦୁଇ ଯୁବକଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନା ପଠାଇଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ଶବାଗାରରେ ରଖିଛି। ଗୁରୁବାର ସକାଳେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଦୁଇ ଯୁବକଙ୍କ ମୃତ୍ୟୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button