ଦେଶ

ଚର୍ଚ୍ଚା‌ରେ ଆଉ ଜଣେ ଜ୍ୟୋତି ମୌର୍ଯ୍ୟ: ନର୍ସ ବନିବା ପରେ ସ୍ବାମୀକୁ ଛାଡ଼ି ଅନ୍ୟ ଜଣଙ୍କ ସହ ପଳାଇଲେ – Ibnodisha

[ad_1]

ଭୋପାଳ: ଉତ୍ତରପ୍ର‌ଦେଶର ବହୁଚର୍ଚ୍ଚିତ ‌ଦମ୍ପତି ଏସ୍‌ଡିଏମ୍‌ ଜ୍ୟୋତି ମୌର୍ଯ୍ୟ ଓ ତାଙ୍କ ସଫେଇ କର୍ମୀ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ କାହାଣୀ ପରି ମଧ୍ୟପ୍ରଦେଶର ଅନୁପୁର ଜିଲ୍ଳାରେ ଏକ ମାମଲା ସାମ୍ନାକୁ ଆସଛି। ଜଣେ ବିବାହିତ ପୁରୁଷ ତାଙ୍କ ପତ୍ନୀଙ୍କୁ ଫେରି ପାଇବାକୁ ଯାଇ ଜିଲ୍ଲା କଲେକ୍ଟରଙ୍କ ନିକଟରେ ଗୁହାରୀ କରିଥିବା ଦେଖିବାକୁ ମିଳିଛି।

ଜିଲ୍ଲାର ପକରିଆ ଗାଁର ନିବାସୀ ଜୋହନଙ୍କ କହିବାନୁସାରେ, ବିବାହ ପରେ ତାଙ୍କ ପତ୍ନୀ ମୀନାକ୍ଷୀ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପାଠପଢ଼ା ପ୍ରତି ପତ୍ନୀଙ୍କ ଆଗ୍ରହ ଦେଖି ସେ ୧ ଲକ୍ଷ ୧୫ ହଜାର ଟଙ୍କାର ଋଣ ନେଇ ତାଙ୍କୁ ପାଠ ପଢ଼ିବାର ବ୍ୟବସ୍ଥା କରିଦେଲେ।

ଏହି କାରଣରୁ ୨ ବର୍ଷ ପର୍ଯ୍ୟନ୍ତ ସେ କରଜରେ ବୁଡ଼ି ରହିଲେ। ଏପରିକି ପତ୍ନୀଙ୍କ ପାଠପଢ଼ା ‌ପାଇଁ ସେ ନିଜ ବୀମା ପଲିସିରେ ଜମା ଥିବା ଟଙ୍କା ବି ଉଠାଇ ଦେଇଥିଲେ। ହେଲେ ଏତେ ସବୁ ପରେ ବି ତାଙ୍କ ଜୀବନରେ ନୂଆ ମୋଡ଼ ଆସିଥିଲା।

ଖବର ମୁତାବକ, ପତ୍ନୀ ମୀନାକ୍ଷୀ ଖଡ଼ୱା ଜିଲ୍ଲା ଚିକିତ୍ସାଳୟରେ ଜିଏନ୍‌ଏମ୍‌ ଟ୍ରେନିଂ ପୂରା କରିବା ନର୍ସ ବନିଗଲେ। ତା’ପରେ ଜୋହନଙ୍କୁ ସ୍ବାମୀ ବୋଲି ମାନିବାକୁ ମନା କରିଦେଇଥିଲେ। କେବଳ ସେତିକି ନୁହେଁ, ସେ ଦୁହିଁଙ୍କର ଥିବା ଜଣେ ୭ ବର୍ଷର ଝିଅକୁ ବି ମୀନାକ୍ଷୀ ଜବରଦସ୍ତ ନିଜ ସାଙ୍ଗରେ ନେଇ ଯାଇଥିବା ସ୍ବାମୀ ଅଭିଯୋଗ ଆଣିଛନ୍ତି। ଜୋହନ ଏବେ ନିଜ ପତ୍ନୀ ଓ ଝିଅଙ୍କୁ ଫେରି ପାଇବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button