ଦେଶ

‘ସତପଦୀ’ ଓ ଅନ୍ୟାନ୍ୟ ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ: ଆହ୍ଲାବାଦ ହାଇକୋର୍ଟ – Ibnodisha

[ad_1]

ପ୍ରୟାଗରାଜ: ‘ସତପଦୀ’ ଓ ଅନ୍ୟାନ୍ୟ ରୀତିନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ ବୋଲି ଏକ ବିବାହ ମାମଲାରେ ରାୟ ଦେବା ବ‌େଳେ ଆହ୍ଲାବାଦ ହାଇକ‌ୋର୍ଟ କହିଛନ୍ତି।

ଛାଡ଼ପତ୍ର ନ ଦେଇ ତାଙ୍କଠାରୁ ପୃଥକ୍‌ ରହୁଥିବା ସ୍ତ୍ରୀ ଅନ୍ୟତ୍ର ବିବାହ କରିଥିବା ଅଭିଯୋଗ କରି ଜଣେ ବ୍ୟକ୍ତି ଉପରୋକ୍ତ ମାମଲା ଦାଏର କରିଥିଲେ। ଅଦାଲତ ଏହି ମାମଲାକୁ ଖାରଜ କରିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ୨୦୧୭ରେ ଉତ୍ତର ପ୍ରଦେଶର ମିର୍ଜାପୁରରେ ସ୍ମୃତି ସିଂହ ଓ ସତ୍ୟମ୍‌ ସିଂହଙ୍କ ବିବାହ ହୋଇଥିଲା। କିନ୍ତୁ, ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହେବାରୁ ସ୍ମୃତି ଶାଶୂଘର ଛାଡ଼ି ଚାଲିଯିବା ସହିତ ଯୌତୁକ ନିର୍ଯାତନା ଦିଆଯାଇଥିବା ଉଲ୍ଲେଖ କରି ‘ଏଫ୍‌ଆଇଆର୍‌’ ଦେଇଥିଲେ। ତଦନ୍ତ କରି ପୁଲିସ ସ୍ବାମୀ ଓ ତାଙ୍କ ପରିବାର ଲୋକଙ୍କ ନାମରେ ମାମଲା ରୁଜୁ କରିଥିଲେ।

କିନ୍ତୁ, ସ୍ମୃତି ଅନ୍ୟଜଣକୁ ବିବାହ କରିଛନ୍ତି ବୋଲି ସତ୍ୟମ୍‌ ଉଚ୍ଚ ପୁଲିସ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ତାହା ମିଛ ବୋଲି ମିର୍ଜାପୁର ସଦର ପୁଲିସ ଅଧିକାରୀ ତଦନ୍ତ କରି ଜାଣିପାରିଲେ।

ପରେ ମାମଲାର ସମାଧାନ କରି ୨୦୨୧ ଜାନୁଆରି ୧୧ରେ ମିର୍ଜାପୁର ପରିବାର ଅଦାଲତର ବିଚାରପତି ସ୍ମୃତି ଅନ୍ୟତ୍ର ବିବାହ କରିବା ପର୍ଯ୍ୟନ୍ତ ଭରଣ ପୋଷଣ ବାବଦରେ ତାଙ୍କୁ ମାସିକ ୪୦୦୦ ଟଙ୍କା ଦେବା ପାଇଁ ସତ୍ୟମ୍‌ଙ୍କୁ ଆଦେଶ ଦେଇଥିଲେ।

ସ୍ମୃତି ସିଂହ ଫାଇଲ୍‌ କରିଥିବା ପିଟିସନ୍‌ର ଶୁଣାଣି ପାଇଁ ଅନୁମତି ଦେଇ ସେପ୍ଟେମ୍ବର ୧୯ ତାରିଖ ଦିନ ବିଚାରପତି ସଞ୍ଜୟ କୁମାର ସିଂହ କହିଲେ, ବିବାହ ‘ସମ୍ପନ୍ନ’ ଅର୍ଥ ନିର୍ଦ୍ଧାରିତ ରୀତିନୀତିରେ ବିବାହ କରାଯିବା। ନିର୍ଦ୍ଧାରିତ ରୀତିନୀତି ଓ ପଦ୍ଧତ୍ତିରେ ଅନୁଷ୍ଠିତ ବିବାହକୁ ‘ବିବାହ ସମ୍ପନ୍ନ’ ହୋଇଛି ବୋଲି କୁହାଯାଇ ପାରିବ ନାହିଁ। ବିବାହ ଯଦି ବୈଧ ବିବାହ ନୁହେଁ, ଆଇନ ଦୃଷ୍ଟିରେ ତାହା ବିବାହ ନୁହେଁ। ହିନ୍ଦୁ ରୀତି ଅନୁସାରେ, ବିବାହର ବୈଧ୍ୟତା ପାଇଁ ‘ସତପଦୀ’ (ହୋମ ଅଗ୍ନି ଚାରିପଟେ ସାତ ଘେରା ବୁଲିବା) ହେଉଛି ଅତ୍ୟାବଶ୍ୟକ ରୀତିଗୁଡ଼ିକରୁ ଗୋଟିଏ।

 

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button