ଦେଶ

ପ୍ରଜ୍ଞାନର ଆଉ ଏକ ସଫଳତା ; ଚନ୍ଦ୍ରରେ ମିଳିଳା ଅମ୍ଳଜାନର ସନ୍ଧାନ – Ibnodisha

[ad_1]

ବେଙ୍ଗାଲୁରୁ : ଚନ୍ଦ୍ରଯାନ-୩ ରୋଭର ‘ପ୍ରଜ୍ଞାନ’ ଇତିମଧ୍ୟରେ ଚନ୍ଦ୍ରପୃଷ୍ଠରେ ଥିବା ବିଭିନ୍ନ ରାସାୟନିକ ପଦାର୍ଥର ସନ୍ଧାନ କରିଛି । ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠରେ ଅମ୍ଳଜାନ, ଆଲୁମିନିୟମ, କ୍ୟାଲସିୟମ, କ୍ରୋମିୟମ୍‌, ଟାଇଟାନିୟମ, ମାଙ୍ଗାନିଜ୍‌, ସିଲିକନ୍ ଓ ଫେରସ୍ (ଲୁହା) ରହିଥିବା ସୂଚନା ପ୍ରଦାନ କରିଛି । ‘ପ୍ରଜ୍ଞାନ’ରେ ଖଞ୍ଜାଯାଇଥିବା ଲେଜର ଚାଳିତ ସ୍ପେକ୍ଟ୍ରୋସ୍କୋପ୍ ଜରିଆରେ ଏଭଳି ରାସାୟନିକ ପଦାର୍ଥର ସନ୍ଧାନ ମିଳିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।

ତେବେ ଚନ୍ଦ୍ରପୃଷ୍ଠରେ ଉଦ୍‌ଯାନ (ହାଇଡ୍ରୋଜେନ୍‌) ଅଛି କି ନାହିଁ, ତାହା ‘ପ୍ରଜ୍ଞାନ’ ଯାଞ୍ଚ କରୁଥିବା ଜଣାପଡିଛି । ଆଗାମୀ ଦିନରେ ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠରେ ଅଧିକ ଅନୁସନ୍ଧାନ କାର୍ଯ୍ୟ ଜାରି ରଖିବ ବୋଲି ଇସ୍ରୋ ବୈଜ୍ଞାନିକମାନେ କହିଛନ୍ତି । ସୂଚନାଯୋଗ୍ୟ ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା । ଅବତରଣର କିଛି ଘଣ୍ଟା ମଧ୍ୟରେ ‘ବିକ୍ରମ’ରୁ ଅଲଗା ହୋଇ ‘ପ୍ରଜ୍ଞାନ’ ଏହାର କାର୍ଯ୍ୟରେ ଲାଗିପଡିଥିଲା । ଅଗଷ୍ଟ ୨୪ରେ ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ ପଠାଇଥିଲା । ପରବର୍ତ୍ତୀ ସମୟରେ ଏହା ଚନ୍ଦ୍ରପୃଷ୍ଠରେ ତାପମାତ୍ରାକୁ ଯାଞ୍ଚ କରିଥିଲା ।

ଚନ୍ଦ୍ରରେ ବାୟୁମଣ୍ଡଳ ନଥିବାବେଳେ ତାପମାତ୍ରାରେ ଫରକ୍ ରହୁଥିବା ସୂଚନା ମଧ୍ୟ ଇସ୍ରୋକୁ ପ୍ରଦାନ କରିଥିଲା । ସୋମବାର ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠରେ ବିଚରଣ କରୁଥିବାବେଳେ ୪ ମିଟର ବ୍ୟାସାର୍ଦ୍ଧର ବିରାଟ ଗର୍ତ୍ତ ଠାବ କରିଥିଲା । ତେବେ ସେନ୍‌ସର ଯୋଗୁଁ ‘ପ୍ରଜ୍ଞାନ’ ଏହାର ଗତିପଥ ବଦଳାଇ ଅନ୍ୟ ରୁଟ୍‌ରେ ଯାତ୍ରା କରିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଚନ୍ଦ୍ରଯାନ-୩ ଅବତରଣ କରିଥିବା ସ୍ଥାନକୁ ‘ଶିବଶକ୍ତି ପଏଣ୍ଟ’ ଏବଂ ଚନ୍ଦ୍ରଯାନ-୨ର କ୍ରାସ୍ ଲ୍ୟାଣ୍ଡିଂ ସ୍ଥାନକୁ ‘ତ୍ରିରଙ୍ଗା ପଏଣ୍ଟ’ ନାମରେ ନାମିତ କରାଯାଇଛି । ଏହାବ୍ୟତୀତ ଅଗଷ୍ଟ ୨୩କୁ କେନ୍ଦ୍ର ସରକାର ‘ଜାତୀୟ ମହାକାଶ ଦିବସ’ଭାବେ ପାଳନ କରିବାକୁ ଘୋଷଣା କରିସାରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button