ଅପରାଧ

ଜମି ପାଇଁ ଭାଇର ଜୀବନ ନେଲା ଭାଇ – Ibnodisha

[ad_1]

ଭୁବନେଶ୍ୱର: ଜମି ପାଇଁ ପଡ଼ୋଶୀଙ୍କ ସହ ମିଶି ଭାଇକୁ ହତ୍ୟା କଲା ଭାଇ। ହତ୍ୟା ପରେ ଶବକୁ ପୋତି ଦେଇଥିବା ବେଳେ ୧୧ ଦିନ ପରେ ମାଟି ଖୋଳି ପୋଲିସ୍‌ ମୃତଦେହ ଉଦ୍ଧାର କରିଛି।ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ବୋବେଇ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।

ସୂଚନା ଅନୁସାରେ, ବୋବେଇ ଗାଁର ବାଇଗମ ଗଣ୍ଡଙ୍କ ୨ ପୁଅ ରହିଦାସ ଗଣ୍ଡ ଓ ନଡ଼ଗୁ ଗଣ୍ଡଙ୍କ ସହ ନିଜ ବଡ଼ବାପଙ୍କ ପୁଅ ସନ୍ତୁରାମ ଗଣ୍ଡଙ୍କ ମଧ୍ୟରେ ଜମି ବିବାଦ ଲାଗି ରହିଥିଲା।ବାଇଗମଙ୍କ ମୃତ୍ୟୁ ପରେ ଜମିଜମାକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ବିବାଦ ଆହୁରି ଉଗ୍ରରୂପ ନେଇଥିଲା। ଗତ ୧୭ ତାରିଖ ଅପରାହ୍ନରେ ରହିଦାସ ଓ ସନ୍ତୁରାମ ଚାଷ ଜମି ଆଡ଼କୁ ଯିବା କହି ନଡ଼ଗୁଙ୍କୁ ସାଙ୍ଗରେ ଡାକି ନେଇଥିଲେ। ସାଥିରେ ପଡୋଶୀ ବିଭୀଷଣ ଗଣ୍ଡଙ୍କୁ ମଧ୍ୟ ଡାକିଥିଲେ।

ଏହାପରେ ଜମି ନିକଟରେ ଥିବା ଜଙ୍ଗଲକୁ ନେବା ପରେ ୩ ଜଣ ମିଶି କୋଦାଳ ସାହାଯ୍ୟରେ ନଡ଼ଗୁକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ ପାଖ ଜମିରେ ଶବକୁ ପୋତି ଦେଇଥିଲେ।

ନଡ଼ଗୁ ଘରକୁ ନ ଫେରିବାରୁ ପରିବାର ଲୋକେ ରାଇଘର ଥାନାରେ ଅଭିଯୋଗ କରିବା ପରେ ପୋଲିସ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ରହିଦାସ, ସନ୍ତୁରାମ ଓ ବିଭୀଷଣଙ୍କୁ ପଚରାଉଚରା ପାଇଁ ପୋଲିସ୍‌ ଡାକିଥିଲେ। କାହାକୁ ଯେପରି ସନ୍ଦେହ ନହେବ ତେଣୁ ୩ ଜଣ ଗାଁ ଛାଡ଼ି ହାଇଦ୍ରାବାଦ ଯିବାକୁ ବାହାରିଥିଲେ।

ଗାଁ ଲୋକଙ୍କୁ ସନ୍ଦେହ ହେବାରୁ ଏମାନଙ୍କୁ ଅଟକ ରଖି ପିଟିଥିଲେ। ପରେ ପୋଲିସ୍ ଆସି ପଚରାଉଚରା କରିବା ପରେ ସବୁ କଥା ସାମ୍ନାକୁ ଆସିଥିଲାା ଶେଷରେ ୧୧ ଦିନ ପରେ ମାଟି ଖୋଳି ପୋଲିସ୍‌ ମୃତଦେହ ଉଦ୍ଧାର କରିଥିଲା। ଏହାସହ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button