ଦେଶ

ପାରବାରିକ କଳହର କରୁଣ ପରିଣତି : ସ୍ତ୍ରୀକୁ ଭିଡିଓ କଲ୍‌ କରି ନିଜକୁ ଗୁଳିକଲା ସ୍ୱାମୀ – Ibnodisha

[ad_1]

ପାଟନା : ପାରବାରିକ ସମସ୍ୟା ଯୋଗୁଁ ନିଜକୁ ଗୁଳିକରି ଜୀବନ ହାରିଲା ସ୍ୱାମୀ । ଶନିବାର ମଧ୍ୟରାତ୍ରରେ ବିହାର ରାଜ୍ୟର ଜାମୁଇ ଜିଲ୍ଲାର ଚନ୍ଦ୍ରଦୀପ ଥାନା ଅନ୍ତର୍ଗତ ଇସ୍‌ଲାମ୍‌ନଗରରେ ସ୍ତ୍ରୀ ପାଖକୁ ଭିଡିଓ କଲ୍‌ କରି ଜଣେ ବ୍ୟକ୍ତି ନିଜେ ନିଜକୁ ଗୁଳି ମାରି ଜୀବନ ହରାଇଥିବା କଥା ପୁଲିସ କହିଛି।ମୃତ ସ୍ବାମୀ ଓ ତାଙ୍କ ସ୍ତ୍ରୀ ପ୍ରେମ ବିବାହ କରିଥିଲେ କିନ୍ତୁ, ପାରବାରିକ ସମସ୍ୟା ଯୋଗୁଁ ଦୁହିଁଙ୍କ ଭିତରେ ମତଭେଦ ଦେଖା ଦେଇଥିଲା। ମୃତ ସ୍ବାମୀ ହେଉଛନ୍ତି ଯମୁନା ଚୌଧୁରୀଙ୍କ ୨୮ ବର୍ଷିୟ ପୁଅ ଜିତେନ୍ଦ୍ର କୁମାର। ଗତ କେତେ ବର୍ଷ ହେବ ମିର୍ଜାଗଞ୍ଜବାସିନୀ ଭାରତୀ କୁମାରୀଙ୍କ ସହିତ ଜିତେନ୍ଦ୍ରଙ୍କର ପ୍ରେମ ସମ୍ପର୍କ ଥିଲା।ତାଙ୍କୁ ବିଭା ହେବା ପାଇଁ ଜିତେନ୍ଦ୍ର ନିଜ ପରିବାର ଲୋକଙ୍କୁ କୌଣସି ମତେ ବୁଝାଇ ରାଜି କରାଇଥିଲେ। ତା’ପରେ ସିମାରିଆ ଅଞ୍ଚଳରେ ଥିବା ଗୋଟାଏ ଶିବ ମନ୍ଦିରରେ ଜିତେନ୍ଦ୍ର ଓ ଭାରତୀଙ୍କର ବାହାଘର ହୋଇଥିଲା। ସେମାନଙ୍କର ୪ ବର୍ଷର ପୁଅଟିଏ ମଧ୍ୟ ଅଛି।ଥାନା ‘ଏସ୍‌ଏଚ୍‌ଓ’ ମହମ୍ମଦ୍‌ ଅବ୍‌ଦୁଲ୍‌ ହଲୀମ୍‌ କହିଛନ୍ତି, ସ‌ପ୍ତାହେ ତଳେ ପାରିବାରିକ ସମସ୍ୟା ଯୋଗୁଁ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କଜିଆ ହୋଇଥିଲା। ତେଣୁ, ଭାରତୀ ଜିତେନ୍ଦ୍ରଙ୍କ ଘରୁ ଯାଇ ମିର୍‌ଗଞ୍ଜ୍‌ସ୍ଥିତ ବାପଘରେ ରହୁଥିଲେ। ତାଙ୍କୁ ଫେରାଇ ଆଣିବାକୁ ଜିତେନ୍ଦ୍ର କିଛି ଦିନ ହେବ ଚେଷ୍ଟା କରୁଥିଲେ। କିନ୍ତୁ, ଭାରତୀ ନିଜ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ କରିବା ସହିତ ତାଙ୍କୁ ଦେଖା କରିବାକୁ ମନା କରି ଦେଇଥିଲେ। ଶନିବାର ରାତି ଅଧରେ ଜିତେନ୍ଦ୍ର ଭାରତୀଙ୍କ ପାଖକୁ ଭିଡିଓ କଲ୍‌ କରି ଘରକୁ ଫେରାଇ ଆଣିବାକୁ ବୁଝାଇ ଥିଲେ। କିନ୍ତୁ, ଭାରତୀ ରାଜି ହେଲେ ନାହିଁ। ଦୁହେଁ ଝଗଡ଼ା ଲାଗିଲେ ଏବଂ ଜିତେନ୍ଦ୍ର ଦେଶୀ ପିସ୍ତଲ ବାହାର କରି ନିଜ ମୁଣ୍ଡକୁ ଗୁଳି ମାରିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ପରିବାର ଲୋକେ ଜିତେନ୍ଦ୍ରଙ୍କ କୋଠରିକୁ ଧାଇଁ ଆସିଲେ। ସେତେବେଳକୁ ଜିତେନ୍ଦ୍ରଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଜିତେନ୍ଦ୍ରଙ୍କ କୋଠରିରୁ ଦେଶୀ ପିସ୍ତଲ ଓ ମୋବାଇଲ୍‌ ଫୋନ୍‌ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ବୋଲି ସେ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button