୨୦୪୭ ସୁଦ୍ଧା ଦେଶର ଅର୍ଥନୀତି ୮% ଅଭିବୃଦ୍ଧି ଲକ୍ଷ୍ୟ – Ibnodisha

[ad_1]
ନୂଆଦିଲ୍ଲୀ: ୨୦୨୪୭ ସୁଦ୍ଧା ଦେଶର ଅର୍ଥନୀତିକୁ ୮% ହାରରେ ବୃଦ୍ଧି କରିବା ଦିଗରେ ଭାରତ ସରକାର ଲକ୍ଷ୍ୟ ନିର୍ଦ୍ଧାରିତ କରିପାରିବେ । ତେବେ ଏଥିପାଇଁ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଲାଗୁ ହୋଇଥିବା ବିଭିନ୍ନ ଜନହିତକର ନୀତିକୁ ଭାରତ ସରକାରଙ୍କୁ ଦ୍ରୁତଗତିରେ ସମ୍ପ୍ରସାରିତ ବା ବ୍ୟାପକ କରିବାକୁ ହେବ । ଏପରି କରାଯାଇପାରିଲେ ଏହି ଲକ୍ଷ୍ୟ ହାସଲ ଭାରତ ପକ୍ଷେ ଅସମ୍ଭବ ହେବନାହିଁ । ଏଭଳି କିଛି ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ରେ କାର୍ଯ୍ୟରତ ଭାରତର କାର୍ଯ୍ୟକାରୀ ନିର୍ଦ୍ଦେଶକ କ୍ରୀଷ୍ଣମୂର୍ତ୍ତୀ ଭେଙ୍କଟ ସୁବ୍ରମଣ୍ୟମ୍ କହିଛନ୍ତି । ଭାରତର ୮% ଅଭିବୃଦ୍ଧି ହାର ଏକ ବହୁତ ବଡ଼ ଲକ୍ଷ୍ୟ ହୋଇଥିଲେ ମଧ୍ୟ ଭାରତ ଏହି ଲକ୍ଷ୍ୟ ହାସଲ କରିବାର ନିକଟବର୍ତ୍ତୀ ହୋଇଥିବା ସେ କହିଛନ୍ତି ।
ସୁବ୍ରମଣ୍ୟମ୍ଙ୍କ କହିବାନୁସାରେ ଯଦି ଭାରତ ଏହି ଲକ୍ଷ୍ୟ ହାସଲ କରିବାରେ ସଫଳ ହେଉଛି ତେବେ ଭାରତର ଅର୍ଥନୀତି ୫୫ଲକ୍ଷ କୋଟି ଡଲାରରେ ପହଞ୍ôଚବ । ଭାରତର ଆର୍ଥିକ ସ୍ଥିତି ସମ୍ପର୍କରେ ସୂଚନା ଦେଇ ସୁବ୍ରମଣ୍ୟମ୍ କହିଛନ୍ତି ଯେ, ୧୯୯୧ ପରଠାରୁ ଭାରତର ଅର୍ଥନୀତି ଅଭିବୃଦ୍ଧି ହାର ହାରାହାରି ୭%ରୁ ଅଧିକ ରହୁଛି । କେବଳ କେତେକ ନୀତିକୁ ସୁଦୃଢ଼ ଏବଂ ବ୍ୟାପକ କରାଯାଇପାରିଲେ ଏହା ୮% ନିଶ୍ଚିତ ଭାବେ ଛୁଇଁବା ସମ୍ଭବ ହୋଇପାରିବ । ବିଶେଷକରି ନିର୍ମାଣ କ୍ଷେତ୍ରରେ ଉତ୍ସାନ ସୃଷ୍ଟି ସହ ଉଦ୍ୟୋଗୀଙ୍କୁ ବ୍ୟାଙ୍କ ଋଣ ସହାୟତା ଦିଗରେ ଭାରତ ସରକାର ଯତ୍ନବାନ ହୋଇପାରିଲେ ନିଯୁକ୍ତି ସୁଯୋଗ ମଧ୍ୟ ବିପୁଳ ପରିମାଣରେ ସୃଷ୍ଟି ହେବ ଏବଂ ପରୋକ୍ଷରେ ଘରୋଇ ବ୍ୟବହାର ବୃଦ୍ଧି ପାଇବ ବୋଲି ସୁବ୍ରମଣ୍ୟମ କହିଛନ୍ତି ।
[ad_2]




