ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ; ବିଲ୍ଗୁଡ଼ିକୁ ଝୁଲାଇ ରଖିବା ଆଦୌ ଉଚିତ୍ ନୁହେଁ – Ibnodisha

[ad_1]
ହାଇଦ୍ରାବାଦ୍ : ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା ରାଜ୍ୟୱାରୀ ନିଯୁକ୍ତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଜି ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ହାଇଦ୍ରାବାଦ୍ ସ୍ଥିତ ନାଲସର ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମ ‘କୋର୍ଟ ଆଣ୍ଡ୍ କନଷ୍ଟିଚ୍ୟୁସନ୍-୨୦୨୩ ଇନ୍ ରିଭ୍ୟୁ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଅବସରରେ ଜଷ୍ଟିସ୍ ନାଗରତ୍ନା କହିଛନ୍ତି, ବିଧାନସଭାରେ ପାରିତ ହୋଇ ରାଜ୍ୟପାଳଙ୍କ ନିକଟକୁ ସ୍ୱୀକୃତି ପାଇଁ ଆସୁଥିବା ବିଲ୍ଗୁଡ଼ିକୁ ରାଜ୍ୟପାଳମାନେ ଉଦ୍ଦେଶ୍ୟମୂଳକ ଭାବେ ଝୁଲାଇ ରଖିବା କିମ୍ବା ଏହାକୁ ଅବରୋଧ କରିବା ଆଦୌ ଉଚିତ୍ ନୁହେଁ ।
ରାଜ୍ୟପାଳଙ୍କ କାମ ବିଲ୍ଗୁଡ଼ିକୁ ନିଜ ସ୍ତରରେ ରୋକିବା ନୁହେଁ ବରଂ ସେସବୁ ଉପରେ ନିଷ୍ପତ୍ତି ନେବା ଏବଂ ଏହାକୁ ଅନୁମୋଦନ କରିବା ନକରିବା ନେଇ ସ୍ପଷ୍ଟ କରିବା । ରାଷ୍ଟ୍ରପତିଙ୍କ ପ୍ରତିନିଧି ଭାବେ ରାଜ୍ୟସ୍ତରରେ ନିଯୁକ୍ତ ହେଉଥିବା ରାଜ୍ୟପାଳମାନେ ଏକ ରାଜ୍ୟର ସୁପ୍ରିମ୍ ଅଥରିଟି ଭାବେ ନିଜ ଦାୟିତ୍ୱକୁ ପ୍ରଥମେ ଭଲଭାବେ ବୁଝିବା ଉଚିତ୍ । ସମ୍ବିଧାନ ଅନୁଯାୟୀ ସେମାନେ କାର୍ଯ୍ୟ କରିବା ଉଚିତ୍ । ରାଜ୍ୟପାଳଙ୍କୁ କୋର୍ଟକୁ ଟାଣିବା ଏକ ସୁସ୍ଥ ସମ୍ବିଧାନ କଦାପି ହୋଇନପାରେ । ରାଜ୍ୟପାଳ ପଦ ଏକ ଗମ୍ଭୀର ସାମ୍ବିଧାନିକ ପଦ । ସୁତରାଂ ରାଜ୍ୟପାଳ ପଦରେ ଅଧିଷ୍ଠିତ ହେଉଥିବା ବ୍ୟକ୍ତିବିଶେଷମାନେ ସେମାନଙ୍କ ଦାୟିତ୍ୱବୋଧ, ପଦର ମର୍ଯ୍ୟାଦା ଏବଂ କର୍ତ୍ତବ୍ୟ ପ୍ରତି ସଚେତନ ରହିବା ଉଚିତ୍ । ଅଯଥାରେ ବିଲ୍ଗୁଡ଼ିକୁ ଅନୁମୋଦନ କରିବାରେ ବିଳମ୍ବ କରିବା ରାଜ୍ୟପାଳ ଭଳି ଏକ ମର୍ଯ୍ୟାଦାପୂର୍ଣ୍ଣ ପଦର ଗୌରବକୁ କ୍ଷୂଣ୍ଣ କରୁଛି । ତେବେ ନ୍ୟାୟପାଳିକାକୁ ରାଜ୍ୟପାଳମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସ୍ମରଣ କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଜଷ୍ଟିସ୍ ନାଗରତ୍ନା କହିଛନ୍ତି ।
ସୂଚନାଯୋଗ୍ୟ ୨୦୨୩ ମେ’ ମାସରେ ମହାରାଷ୍ଟ୍ରର ତତ୍କାଳୀନ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ସରକାରଙ୍କ ପତନ ଘଟଣା ପରେ ରାଜ୍ୟପାଳ ବିନା ପ୍ରମାଣରେ ଫ୍ଲୋର ଟେଷ୍ଟ କରାଇବା ଏବଂ ପଞ୍ଜାବରେ ରାଜ୍ୟପାଳ, ରାଜ୍ୟ ବିଧାନସଭାରେ ପାରିତ ହୋଇସାରିଥିବା ପ୍ରୟ ୪ଟି ବିଲ୍କୁ ବର୍ତ୍ତମାନ ସୁଦ୍ଧା ଅନୁମୋଦନ ନକରିବା ଭଳି ପ୍ରସଙ୍ଗ ପରିପ୍ରେକ୍ଷୀରେ ଜଷ୍ଟିସ୍ ବିଭି ନାଗରତ୍ନା ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି । ଏତଦ୍ବ୍ୟତୀତ ନିଜ ଭାଷଣ ଅବସରରେ ଜଷ୍ଟିସ୍ ନାଗରତ୍ନା, ବିମୁଦ୍ରୀକରଣ ବ୍ୟବସ୍ଥାକୁ ମଧ୍ୟ ବିରୋଧ କରିଛନ୍ତି । ନାଗରତ୍ନା କହିଛନ୍ତି, ଏପ୍ରକାର ବ୍ୟବସ୍ଥାକୁ ରାତି ଅଧିଆ ଲାଗୁ କରିବା ବା କାର୍ଯ୍ୟକାରୀ କରିବା ଦ୍ୱାରା ସାଧାରଣ ଲୋକଙ୍କୁୂ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
[ad_2]