ଦେଶ
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ – Ibnodisha

[ad_1]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ରାଇସେନ ଜିଲ୍ଲାରେ ଗୋଟେ ବରଯାତ୍ରୀ ରୋଷଣୀ କରି ନର୍ମଦାପୁରରୁ ଆସୁଥିବାବେଳେ ସୁଲତାନପୁରରେ ବରଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା ଟ୍ରକ । ହସଖୁସିରେ ନାଚୁଥିବା ବରଯାତ୍ରୀମାନେ କିଛି ସମୟ ପରେ ଚିତ୍କାର କରିଉଠିଲେ । ହସଖୁସିରେ ଫାଟିପଡୁଥିବା ସ୍ଥାନ କାନ୍ଦରେ ପରିଣତ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହେବାସହିତ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି । ଟ୍ରକଟି ଦ୍ରୁତ ଗତିରେ ଆସି ବରଯାତ୍ରୀଙ୍କ ଉପରେ ଚଢ଼ିଯାଇଥିଲା । ଯାହାଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
[ad_2]