ଦେଶ

ଟଙ୍କା ପାଇଁ ସାଙ୍ଗ ଜାଗାରେ ପରୀକ୍ଷା ଦେବାକୁ ଯାଇଥିବା ଯୁବକଙ୍କୁ ଧରିଲା ପୁଲିସ୍‌ – Ibnodisha

[ad_1]

ଭୋପାଲ : ମଧ୍ୟପ୍ରଦେଶରେ ଦେଖିବାକୁ ମଳିଛି ଏକ ଅଭାବନୀୟ ଘଟଣା। ପୁଲିସ୍‌ ଚାକିରି ପାଇଁ ହେଉଥିବା ପରୀକ୍ଷାରେ ଜଣଙ୍କ ବଦଳରେ ଅନ୍ୟ ଜଣେ ପରୀକ୍ଷା ଦେବାକୁ ଯାଇ ପହଞ୍ଚିଥିବା ବେଳେ ଧରା ପଡ଼ିଛନ୍ତି।ଧରା ପଡ଼ିଥିବା ପରୀକ୍ଷାର୍ଥୀଙ୍କୁ ଏବେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ନିଜ ସାଙ୍ଗ ପାଇଁ ପରୀକ୍ଷା ଦେବାକୁ ସେଣ୍ଟର୍‌ରେ ପହଞ୍ଚିଥିଲେ। ହେଲେ ସେଠାରେ ଯେତେବେଳେ ଦେଖିଲେ ବାୟୋମେଟ୍ରିକ୍ସ ପରୀକ୍ଷା ହେଉଛି, ସେ ଭୟରେ ସେହି ସ୍ଥାନ ଛାଡ଼ି ପଳାଇବାକୁ ଚେଷ୍ଟା କଲେ। ଯୁବକ ଜଣକ ବିଲ୍ଡିଂର ପ୍ରଥମ ମହଲାରୁ ଡେଇଁକି ପଳେଇବାକୁ ଚେଷ୍ଟା କ‌ରୁଥିଲେ। ହେଲେ ସେଠାରେ ଥିବା ପୁଲିସ୍‌ କର୍ମୀ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ଧରିବା ପରେ ତାଙ୍କୁ ଗିରଫ କରିଛି। ରତଲମ୍‌ରୁ ପ୍ରାୟ ୨୮ କିଲୋମିଟର୍‌ ଦୂର ସାତରୁଣ୍ଡାର ମାରୁତି ସ୍କୁଲ୍‌ରେ ପରୀକ୍ଷା ହେଉଥିଲା। ସେଠାରେ ଉତ୍ତରପ୍ରଦେଶର ଫିରୋଜାବାଦ୍‌ରେ ରହୁଥିବା ୨୦ ବର୍ଷୀୟ ଯୁବକ ପୁଷ୍ପେନ୍ଦ୍ର ଯାଦବ ତାଙ୍କ ସାଙ୍ଗ ରାହୁଲ ଯାଦବ ପାଇଁ ପରୀକ୍ଷା ଦେବାକୁ ପହଞ୍ଚିଥିଲେ। ହେଲେ କାଗଜପତ୍ର ଓ ବାୟୋମେ‌ଟ୍ରିକ୍ସ ଯାଞ୍ଚ୍‌ ବେଳେ ପୁଷ୍ପେନ୍ଦ୍ରଙ୍କ ଉପରେ ସନ୍ଦେହ ଉପୁଜିଥିଲା। ସନ୍ଦେହ ଉପୁଜିବାରୁ ସେ ସ୍କୁଲ୍‌ର ପ୍ରଥମ ମହଲାକୁ ଯାଇ ସେଠାରୁ ତଳକୁ ଡେଇଁ ପଛ ଗେଟ୍‌ ଦେଇ ପଳାଇବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ପୁଲିସ୍‌ ଘେରକୁ କରି ତାଙ୍କୁ ଧରି ପକାଇଲା। ପଚାରା ଉଚରା କରିବାକୁ ପୁଷ୍ପେନ୍ଦ୍ର ମାନିଛନ୍ତି ଯେ ସେ ରାହୁଲ ଯାଦବଙ୍କ ବନ୍ଧୁ ଓ ଟଙ୍କା ପାଇଁ ସେ ଏପରି କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button