‘କିସି କା ଭାଇ କିସି କି ଜାନ’ ପାଇଁ ସଲମାନ ନୁହନ୍ତି ପ୍ରଥମ ପସନ୍ଦ ଥିଲେ ଏହି ଅଭିନେତା – Ibnodisha
[ad_1]
ମୁମ୍ବାଇ: ସୁପର୍ଷ୍ଟାର୍ ସଲମାନ ଖାନଙ୍କ ଅଭିନୀତ ‘କିସି କା ଭାଇ କିସି କି ଜାନ’ ଫିଲ୍ମର ଜବରଦସ୍ତ ପ୍ରଚାର କରାଯାଇଥିଲେ ବି ବ୍ୟବସାୟ ଦୃଷ୍ଟିରୁ ଏହା ସେତେଟା ଆଖି ଦୃଶିଆ ଆୟ କରିପାରିନଥିଲା। ପ୍ରାୟ ୧୦୦ କୋଟି ବଜେଟ୍ର ଏହି ଫିଲ୍ମଟିକୁ ଇଦ୍ ଅବସରରେ ରିଲିଜ୍ କରାଯାଇଥିଲା। ସବୁ କିଛି ସଲମାନ ଖାନଙ୍କ ସପକ୍ଷରେ ଥିଲା। ମାତ୍ର ଦୁର୍ବଳ କାହାଣୀ ଦର୍ଶକଙ୍କ ମନକୁ ସେତେଟା ଛୁଇଁପାରିଲା ନାହିଁ। ତେଣୁ ଫିଲ୍ମଟି ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ରୋଜଗାର କରିବାକୁ ବହୁ ସଂଘର୍ଷ କରିଥିଲା। ତେବେ ଏହି ଫ୍ଲପ୍ ଫିଲ୍ମରେ ମୁଖ୍ୟ ଭୂମିକା ପାଇଁ ପ୍ରଥମ ପସନ୍ଦ ସଲମାନ ନଥିଲେ।
ଫିଲ୍ମ ନିର୍ମାତା ପ୍ରଥମେ ଖିଲାଡି କୁମାର ଅକ୍ଷୟଙ୍କୁ ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ନେବାକୁ ଚାହିଥିଲେ। ଫିଲ୍ମର ନିର୍ମାତା ଫରହାଦ୍ ସାମଜୀ ୨୦୧୪ରୁ ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ମନସ୍ତ କରିଥିଲେ। ଏହା ତାମିଲ ଚଳଚ୍ଚିତ୍ର ‘ବୀରମ’ର ରିମେକ୍ ହୋଇଥିବା ବେଳେ ଏଥିରେ ପ୍ରଥମେ ଅକ୍ଷୟ କୁମାରଙ୍କୁ ନେବା ପାଇଁ ଯୋଜନା କରାଯାଇଥିଲା। ଏହା ପରେ ସମୟ ସହ ଫିଲ୍ମର ସ୍କ୍ରିପ୍ଟଠାରୁ ଆରମ୍ଭ କରି ତାରକା ପର୍ଯ୍ୟନ୍ତ ସବୁକିଛି ବଦଳିଗଲା। ଫରହାଦ ସାମଜୀ ବୀରମର ରିମେକ୍ ଛାଡ଼ି ପ୍ରଥମେ ତାମିଲ ଫିଲ୍ମ ‘ଜିଗରଠଣ୍ଡା’ର ରିମେକ୍ କରିଥିଲେ, ଯାହାର ନାମ ଥିଲା ‘ବଚ୍ଚନ ପାଣ୍ଡେ’। ଏହି ଫିଲ୍ମରେ ସେ ଅକ୍ଷୟଙ୍କୁ କାଷ୍ଟ କରିବା ପରେ ‘କିସି କା ଭାଇ କିସି କି ଜାନ’ ପାଇଁ ସେ ସଲମାନଙ୍କୁ କାଷ୍ଟ କରିବେ ବୋଲି ନିଷ୍ପତ୍ତି ନେଲେ।
[ad_2]