ଦେଶ

ଦଣ୍ଡିତ ହେବା ପରେ କୋର୍ଟରୁମରେ ମହିଳା ବିଚାରପତିଙ୍କୁ ଆକ୍ରମଣ କଲା ଅଭିଯୁକ୍ତ – Ibnodisha

[ad_1]

ହାଇଦ୍ରାବାଦ: କୋର୍ଟରୁମରେ ସୁରକ୍ଷିତ ନୁହନ୍ତି ବିଚାରପତି । ଦଣ୍ଡ ବିଧାନ ପରେ ମହିଳା ବିଚାରପତିଙ୍କ ଉପରେ ଆକ୍ରମଣ କଲା ଅଭିଯୁକ୍ତ । ସେ ବି କୋର୍ଟରୁମରେ ପୋଲିସ ଉପସ୍ଥିତିରେ ଶୁଣାଣି ଚାଲିଥିବା ବେଳେ । ଏଥିରେ ମହିଳା ବିଚାରପତିଜଣକ ଆହତ ମଧ୍ୟ ହୋଇଛନ୍ତି । ପୋଲିସ ଉକ୍ତ ଅଭିଯୁକ୍ତକୁ କାବୁ କରି ଜେଲକୁ ପଠାଇଛି । ଏପରି ଏକ ଅଭାବନୀୟ ଘଟଣା ଆମେରିକାର ଏକ ସ୍ଥାନୀୟ କୋର୍ଟରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ସୂଚନା ଅନୁସାରେ, ଆଜି ଆମେରିକାର ଲସ-ବେଗାସର ଏକ ରିଜିଓନାଲ ଜଷ୍ଟିସ ସେଣ୍ଟର ଏକ ମାମଲାର ଶୁଣାଣି ଜାରି ରହିଥିଲା । କୌଣସି ଏକ ମାମଲାରେ ଡିଓବ୍ରା ଡେଲୋନ ନାମକ ଜଣେ ୩୦ ବର୍ଷୀୟ ଅଭିଯୁକ୍ତକୁ ପୋଲିସ ଡିଷ୍ଟ୍ରିକ୍ଟ ଜଜ ମେରୀ କାଏ ହୋଲଥସଙ୍କ ସାମ୍ନାରେ ହାଜର କରିଥିଲା । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ବିଧାନ ମଧ୍ୟ କରିଥିଲେ ଜଜ । ଏଥିରେ ଅଭିଯୁକ୍ତ ଜଣକ ଉତ୍ତେଜିତ ହୋଇପଡିବା ସହ ସିଧା ମହିଳା ବିଚାରପତିଙ୍କ ଉପରେ ଆକ୍ରମଣ କରିଥିଲା । ଜଜଙ୍କ ପୋଡିୟମ ଉପରକୁ ଡେଇଁବା ସହ ସେ ମହିଳା ଜଜଙ୍କୁ ମାଡ ମଧ୍ୟ ମାରିଥିଲା । ତେବେ ପୋଲିସ ତୁରନ୍ତ ଉକ୍ତ ଅଭିଯୁକ୍ତକୁ କାବୁ କରିବା ପୂର୍ବରୁ ମହିଳା ଜଜ ମେରୀ ଆହତ ହୋଇଥିଲେ । ଅଭିଯୁକ୍ତକୁ ଜେଲକୁ ପଠାଯାଇଛି । ତା’ ବିରୋଧରେ ବିଚାରପତିଙ୍କୁ ଆକ୍ରମଣ ମାମଲାରେ ଅତିରିକ୍ତ ସଙ୍ଗୀନ ଦଫା ରୁଜୁ କରାଯାଇଛି ।

ହେଲେ କୋର୍ଟରୁମରେ ଏପରି ଢିଲା ସୁରକ୍ଷା ବ୍ୟବସ୍ଥା ଓ ଜଣେ ଅଭିଯୁକ୍ତ ଦ୍ୱାରା ମହିଳା ବିଚାରପତି ଆକ୍ରମଣର ଶିକାର ହୋଇ ଆହତ ହେବା ଘଟଣାକୁ ସମାଲେଚନା କରାଯାଉଛି । ଆମେରିକୀୟ ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁସାରେ, ମହିଳା ଜଜ ମେରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋର୍ଟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଯାଇଛି । ସୂଚନାଯୋଗ୍ୟ, ପୂର୍ବରୁ ଆମେରିକାରେ ଆବ୍ରାହମ ଲିଙ୍କନ, ଜେମେସ ଏ ଗାରଫିଲ୍ଡ, ୱିଲିୟମ ମ୍ୟାକନଲେ ଓ ଜେ.ଏଫ କେନେଡିଙ୍କ ପରି ୪ ରାଷ୍ଟ୍ରପତି ମଧ୍ୟ ଆତତାୟୀଙ୍କ ଗୁଳିରେ ହତ୍ୟାର ଶିକାର ହୋଇଛନ୍ତି । ୨ ଆମେରିକୀୟ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ ମଧ୍ୟ ହୋଇଛି । ଆମେରିକାରେ ଅସ୍ତ୍ରଶସ୍ତ୍ର ରଖିବା ନିମୟ ଅନ୍ୟ ଦେଶ ଅପେକ୍ଷା କୋହଳ ହୋଇଥିବା କାରଣରୁ ବିଭିନ୍ନ ସମୟରେ ଗୁଳିକାଣ୍ଡ ଘଟଣା ମଧ୍ୟ ଘଟିଥିାଏ । ଆମେରିକା ଆର୍ମ ଆକ୍ଟରେ ସଂଶୋଧନ କରାଯିବା ଉପରେ ମଧ୍ୟ ଦାବି ଉଠିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button