ଅପରାଧ

ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା – Ibnodisha

[ad_1]

ବରଗଡ: ଫେସବୁକରୁ ଆରମ୍ଭ ହୋଇଥିଲା ସମ୍ପର୍କ । ଦିନ ଗଡିବା ସହ ସମ୍ପର୍କ ହେଲା ମଜବୁତ । ମହିଳାଙ୍କ ଠାରୁ ଟଙ୍କା ଧାର ନେଇଥିଲେ ଯୁବକ । କିନ୍ତୁ ଧାର ଟଙ୍କା ମାଗିବାରୁ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ମହିଳାଙ୍କୁ ହତ୍ୟା କରି ନଦୀକୁ ଫୋପାଡି ଦେଲେ ଯୁବକ। ହତ୍ୟାକାଣ୍ଡର ୧୦ ଦିନ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ବରଗଡ ଜିଲ୍ଲା ଭଟଲି ବ୍ଲକରେ ଗତ ୬ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ । ମୃତ ମହିଳା ହେଉଛନ୍ତି ଶିଳା ବେହେରା । ଗିରଫ ଅଭିଯୁକ୍ତ ହେଉଛି ପଥର୍ଲା ଗ୍ରାମର ଗୋପୀନାଥ ସାହୁ ।
ଗିରଫ ପରେ ଘଟଣା ସ୍ଥଳକୁ ଯାଇ ହତ୍ୟାକାଣ୍ଡର ସିନ ରିକ୍ରିଏସନ କରିଥିଲା ପୋଲିସ ।

ଟଙ୍କା ନେଣଦେଣକୁ ନେଇ ଘଟିଥିଲା ଏହି ହତ୍ୟାକାଣ୍ଡ । ହତ୍ୟାକାରୀ ଜଣକ ମହିଳାଙ୍କ ଠାରୁ ୧୮ ହଜାର ଟଙ୍କା ଧାର ନେଇଥିଲେ । ଟଙ୍କା ଫେରସ୍ତ କରିବାକୁ କହିବାରୁ ମହିଳାଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଛି ହତ୍ୟାକାରୀ । ଏନେଇ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ବରଗଡ ଏସଡିପିଓ ତନ୍ମୟ ମହାନ୍ତି । ଅନେକ ଦିନପରେ ମହିଳା ଜଣକ ଦେଇଥିବା ଟଙ୍କା ମାଗିବାରୁ ଗୋପୀନାଥ ମହିଳାଙ୍କୁ ବରଗଡ ଡାକିଥିଲେ । ଏକ ହୋଟେଲରେ ମହିଳାଙ୍କ ସାକ୍ଷାତ କରି ଖାଇବା ପରେ ଭଟଲି ବ୍ଲକ ଅନ୍ତର୍ଗତ ଭାଟିଗାରେ ଥିବା ଜୀରା ବ୍ରିଜକୁ ରାତିରେ ଯାଇଥିଲେ । ସେଠାରେ ଏକ ଛୁରୀରେ ମହିଳାଙ୍କ ଗଳା କାଟି ବ୍ରିଜ ଉପରେ ହତ୍ୟା କରିବା ପରେ ନଦୀକୁ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ଏହାପରେ ବାଇକରେ ଫେରାର ମାରିଥିଲା ହତ୍ୟାକାରୀ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button