ରାଜ୍ୟ

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଜଟଣୀ: ଯୁବା ସଙ୍ଗମର ପଞ୍ଚମ ପର୍ଯ୍ୟାୟର ଅଂଶ ଭାବେ ଓଡ଼ିଶାକୁ ଏକ୍ସପୋଜର ଭିଜିଟ୍‌ରେ ଆସିଥିବା ମହାରାଷ୍ଟ୍ରର ୫୦ଜଣ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ଆଜି ରାଜଭବନରେ ରାଜ୍ୟପାଳ ରଘୁବର ଦାସ ସାକ୍ଷାତ କରିଛନ୍ତି। ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ସହ ‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପ୍ରତି ନିଜର ଅବଦାନ ରଖିବାକୁ ପ୍ରେରଣା ଦେଇଥିଲେ। ପ୍ରତିନିଧିଦଳଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଥିଲେ ଯେ, ଭାରତ ବିବିଧତା ମଧ୍ୟରେ ଏକତାକୁ ପ୍ରତିଫଳିତ କରୁଛି।

ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ପରମ୍ପରା ଏବଂ ବିକାଶମୂଳକ ପ୍ରୟାସଗୁଡ଼ିକ ସମ୍ପର୍କରେ ଜ୍ଞାନ ଆହରଣ କରିବା ଓ ସେମାନଙ୍କ ଜ୍ଞାନକୁ ନିଜ ରାଜ୍ୟରେ ବିତରଣ କରିବାକୁ ରାଜ୍ୟପାଳ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଯାହାଦ୍ୱାରା ତାହା ଅନ୍ତଃରାଜ୍ୟ ସମ୍ପର୍କକୁ ସୁଦୃଢ଼ କରିବ। ଏହି ଅବସରରେ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱରସ୍ଥିତ ଆଇସିଏମ୍‌ଆର-ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ଏବଂ ସେଣ୍ଟ୍ରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ପରିଦର୍ଶନ କରିବା ସହିତ ରାଜ୍ୟରେ ବୈଜ୍ଞାନିକ ଗବେଷଣା ଏବଂ କୁଶଳତାର ବିକାଶ ସମ୍ପର୍କରେ ଶିକ୍ଷାଲାଭ କରିଥିଲେ। ସେମାନେ ମଧ୍ୟ ଏକାମ୍ର ହାଟ ପରିଦର୍ଶନ କରି ସେଠାରେ ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ସମ୍ପର୍କରେ ଶିକ୍ଷାଲାଭ କରିଥିଲେ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button