ରାଜନୀତି

୫ରେ କଂଗ୍ରେସର ମିଶ୍ରଣପର୍ବ; ସେପ୍ଟେମ୍ବରରେ ଓଡ଼ିଶା ଆସିବେ ଖଡ୍‌ଗେ – Ibnodisha

[ad_1]

ଭୁବନେଶ୍ୱର: ସେପ୍ଟେମ୍ବର ୫ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱରରେ ଏକ ‘ମିଶ୍ରଣ ପର୍ବ’ ଅନୁଷ୍ଠିତ ହେବ । ବହୁ ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ଓ ବିଧାୟକମାନଙ୍କ ସହ ଅବସରପ୍ରାପ୍ତ ପ୍ରଶାସକମାନେ ଉପସ୍ଥିତ ରହି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବେ । ଦଳର ଜାତୀୟସ୍ତରର ନେତାମାନେ ମଧ୍ୟ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଉକ୍ତ ଦିନ ଏକ ବିଶାଳ ର‌୍ୟାଲି ପାଇଁ ଦଳ ଯୋଜନା କରୁଛି ବୋଲି ସେ କହିଛନ୍ତି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି ।

ସେ ସେପ୍ଟେମ୍ବରରେ ଓଡ଼ିଶା ଆସିବେ । ଅକ୍ଟୋବରରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କର ଗସ୍ତ କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ମିଶ୍ରଣ ପର୍ବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାଂସଦ ହେମା ଗମାଙ୍ଗ, ଜୟରାମ ପାଙ୍ଗୀ ଓ ପୂର୍ବତନ ହକି ଅଧିନାୟକ ପ୍ରବୋଧ ତିର୍କିୀ ପ୍ରମୁଖ ଉକ୍ତଦିନ କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ମିଶ୍ରଣ ପର୍ବ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶିଶିର ଗମାଙ୍ଗ କହିଛନ୍ତି ଯେ ଏପର୍ଯ୍ୟନ୍ତ ତାଙ୍କୁ କେହି କିଛି ଜଣାଇନାହାନ୍ତି । ତାଙ୍କ ପିତାମାତାଙ୍କ ପକ୍ଷରୁ ସେ ହିଁ ଦଳ ସହ ଆଲୋଚନା କରୁଛନ୍ତି । ଦଳର ଜାତୀୟସ୍ତରର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହିଁ ଗିରିଧର ଗମାଙ୍ଗ କଂଗ୍ରେସରେ ସାମିଲ ହେବେ । ତେଣୁ ସେପ୍ଟେମ୍ବର ୫ତାରିଖରେ ସେମାନଙ୍କର ମିଶ୍ରଣ ନେଇ ଏପର୍ଯ୍ୟନ୍ତ କିଛି ସୂଚନା ତାଙ୍କୁ ମିଳିିନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button