ରାଜନୀତି

ନବୀନଙ୍କ ରାଜନୀତିକ ସଚିବ, ଦାୟିତ୍ଵ ନେଲେ ସଂତୃପ୍ତ ମିଶ୍ର

ବିଜେଡିରେ ହୋଇଛି ନବକଳେବର | ଆଡ଼ପ ମଣ୍ଡପକୁ ୩ ଠାକୁରଙ୍କ ବିଜେ ପରେ ଏବେ ନିଉଏ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜେଡିର ନୂଆ ସେନାପତି ସଂତୃପ୍ତ ମିଶ୍ର | ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ରୂପେ ଦାୟିତ୍ୱ ନେଇ ସଂତୃପ୍ତ କହିଛନ୍ତି ମୁଁ ଏହି ଦାୟିତ୍ୱ ପାଇଁ ଅତି ଗୌରବନୀତ |

ତେବେ ନବୀନ କରିଛନ୍ତି ତାଙ୍କ ଦଳର ପୁନର୍ବିନ୍ୟାସ | ତେବେ ତାହାସହ ଅନେକଙ୍କୁ ମିଳିଛି ନୂଆ ଦାୟିତ୍ୱ | ଏହି କ୍ରମରେ ନବୀନଙ୍କ ରାଜନୀତିକ ସଚିବ ଯାହାକି ଏକ ନୂଆ ଦାୟିତ୍ୱ ରହିଛି ତାହାର ଦାୟିତ୍ୱ ନେଇଛନ୍ତି ସଂତୃପ୍ତ ମିଶ୍ର | ତେବେ ଏହି ଦାୟିତ୍ୱ ପାଇଁ ସେ ଅନେକ ଖୁସି ଥିବା କଥା କହିଛନ୍ତି ସଂତୃପ୍ତ ମିଶ୍ରଓ ଏହା ସହ ତାଙ୍କ ଉପରେ ରହିଛି ଅନେକ ଚ୍ୟାଲେଞ୍ଜ |

ତେବେ ୨0୨୪ ନିର୍ବାଚନ ପରେ ଏଭଳି କିଛି ପଦକ୍ଷପ ନେଇଛନ୍ତି ନବୀନ | ଯାହାକି ବିଜେଡ଼ିକୁ ଆଗକୁ ନେବାକୁ ସହାୟକ ହେବ | ରାଜନୀତିରେ ନୂଆ ରହିଥିବା ସଂତୃପ୍ତ ମିଶ୍ର ନିଜର ପ୍ରଥମ ନିର୍ବାଚନ ଯାହାକି ସାଂସଦ ନିର୍ବାଚନ ରହିଥିଲା ଏବଂ କଟକ ସାଂସଦ ପାର୍ଥୀ ହିସାବରେ ଲଢ଼ିଥିଲେ | କିନ୍ତୁ ସେଥିରେ ହାରିଯାଇଥିଲେ |

ଅନ୍ୟପକ୍ଷରେ ତାଙ୍କ ଉପରେ ଭରସା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ତାଙ୍କୁ ପଲିଟିକାଲ ସେକ୍ରେଟେରୀର ବଡ ଦାୟିତ୍ୱ ଦେଇଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button