ଖେଳ

ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା – Ibnodisha

[ad_1]

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପୁଣିଥରେ ଦଳକୁ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଫେରିଛନ୍ତି । ଅନ୍ୟପଟେ ଅବଶିଷ୍ଟ ୩ ମ୍ୟାଚରୁ ମଧ୍ୟ ବ୍ରେକ ନେଇଛନ୍ତି ବିରାଟ କୋହଲି । ବ୍ୟକ୍ତିଗତ କାରଣ ପାଇଁ ଅବଶିଷ୍ଟ ୩ ମ୍ୟାଚ୍ ପାଇଁ ଉପଲବ୍ଧ ରହିବେନି ବିରାଟ । ଆଉ ବିରାଟଙ୍କର ଏଭଳି ନିଷ୍ପତ୍ତିକୁ ମଧ୍ୟ ବସିସିଆଇ ସମର୍ଥନ କରୁଛି ।ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ ଫେରିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହେବେ କି ନାହିଁ ତାହା ମେଡିକାଲ ଟିମର ଫିଟନେସ ମଞ୍ଜୁରୀ ପରେ ସ୍ପଷ୍ଟ ହେବ । ବିରାଟଙ୍କ ବଦଳ ଖେଳାଳୀ ଭାବେ ରଜତ ପଟିଦାରଙ୍କୁ ଦଳରେ ସାମିଲ କରାଯାଇଥିଲା । ଅବଶିଷ୍ଟ ୩ ମ୍ୟାରେ ମଧ୍ୟ ରଜତ ପଟିଦାରଙ୍କୁ ଦଳରେ ସୁଯୋଗ ମିଳିଛି । ସେହିଭଳି ଘୋଷିତ ଦଳରୁ ବାଦ୍ ପଡିଛନ୍ତି ଅଭେଶ ଖାନ୍ । ଅଭେଶଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ଦଳରୁ ଡାକରା ଆସିଛି । ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆସନ୍ତା ୧୫ ତାରିଖରେ ରାଜକୋଟରେ ଖେଳାଯିବ । ସେହିଭଳି ରାଞ୍ଚିରେ ଚତୁର୍ଥ ଓ ୭ ମାର୍ଚ୍ଚରେ ଧର୍ମଶାଳାରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button