ଅପରାଧ

ମହାରାଷ୍ଟ୍ରରେ ମରାଠା କୋଟା ଦାବି ତେଜିଲା; ବିଧାୟକଙ୍କ ଘର ପୋଡ଼ିଲେ ବିକ୍ଷୋଭକାରୀ – Ibnodisha

[ad_1]

ମୁମ୍ବାଇ : ମରାଠା ସଂପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା ଦାବି କରି ମହାରାଷ୍ଟ୍ରରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପୋଡାଜଳା ଦେଖିବାକୁ ମିଳିଥିବାବେଳେ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ସୋମବାର ଏନ୍‌ସିପି ବିଧାୟକ ପ୍ରକାଶ ସୋଲାଙ୍କେର ବିଡ୍ ଜିଲ୍ଲାରେ ଥିବା ବାସଭବନରେ ନିଆଁ ଲଗାଇ ଦେଇଛନ୍ତି । ଏହାବ୍ୟତୀତ ବିକ୍ଷୋଭକାରୀଙ୍କ ଟେକାପଥର ମାଡରେ ବାସଭବନ ସମ୍ମୁଖରେ ପାର୍କିଂ କରାଯାଇଥିବା ଏକାଧିକ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣ ସମୟରେ ବିଧାୟକ ଉକ୍ତ ବାସଭବନରେ ଉପସ୍ଥିତ ଥିବା ଜଣାପଡିଛି । ତେବେ ସୌଭାଗ୍ୟବଶତଃ ସୋଲାଙ୍କେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଏଥିଯୋଗୁଁ ଆହତ ହୋଇନାହାନ୍ତି । ସୂଚନାଯୋଗ୍ୟ ମରାଠା ସଂପ୍ରଦାୟ ପାଇଁ ସଂରକ୍ଷଣ ଦାବିରେ ସାମିଲ ମନୋଜ ପାଟିଏ ନାମକ ଜଣେ କର୍ମୀଙ୍କ ବିରୋଧରେ ସୋଲାଙ୍କେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବାସଭବନ ଉପରେ ଏଭଳି ଆକ୍ରମଣ ହୋଇଥିବା ଜଣାପଡିଛି । ମନୋଜଙ୍କୁ ଟାର୍ଗେଟ କରି ସୋଲାଙ୍କେ କହିଛନ୍ତି ଯେ ‘ଯେଉଁ ବ୍ୟକ୍ତି ଗ୍ରାମ ପଞ୍ଚାୟତ ନିର୍ବାଚନ ଲଢିନାହାନ୍ତି, ସେ ଆଜି ସଂରକ୍ଷଣ ଦାବିରେ ନେତୃତ୍ୱ ନେଇ ହାଇଲାଇଟ୍ ହେବାକୁ ଉଦ୍ୟମ କରୁଛନ୍ତି’ । ସୋଲାଙ୍କେଙ୍କ ବାସଭବନ ଉପରେ ହୋଇଥିବା ଆକ୍ରମଣକୁ ଏନ୍‌ସିପି ପକ୍ଷରୁ ନିନ୍ଦା କରାଯାଇଛି । ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ ଏହି ଘଟଣାରେ ମହାରାଷ୍ଟ୍ରରେ କ୍ଷମତାସୀନ ସିନ୍ଦେ ସରକାରଙ୍କୁ ଦାୟୀ କରିଛନ୍ତି । ସରକାରଙ୍କ ଉଦାସୀନତା ଯୋଗୁଁ ରାଜ୍ୟରେ ଏଭଳି ବିଶୃଙ୍ଖଳା ଦେଖାଦେଇଥିବାବେଳେ ମରାଠା ସଂପ୍ରଦାୟରେ ବିଭାଜନ ଘଟୁଛି ବୋଲି ସୁପ୍ରିୟା ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଏହି ପ୍ରସଙ୍ଗ ଉପରେ ତର୍ଜମା କରିବାକୁ ଏକ ବୋର୍ଡ ଗଠନ କରାଯାଇଛି । କିନ୍ତୁ ବିକ୍ଷୋଭକାରୀମାନେ ଆଇନକୁ ହାତକୁ ନେଇ ଏହି ପ୍ରସଙ୍ଗକୁ ଅଯଥାରେ ଜଟିଳ କରୁଥିବା ସେ କହିଛନ୍ତି । ଅପରପକ୍ଷରେ ସଂରକ୍ଷଣ ପ୍ରସଙ୍ଗକୁ ସମର୍ଥନ ଜଣାଇ ସିନ୍ଦେ ଗୋଷ୍ଠୀର ଦୁଇଜଣ ସାଂସଦ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏମାନେ ହେଲେ ହିଙ୍ଗୋଲି ସାଂସଦ ହେମନ୍ତ ପାଟିଲ ଏବଂ ନାସିକ୍ ସାଂସଦ ହେମନ୍ତ ଗଡ୍‌ସେ । ପାଟିଲ ତାଙ୍କର ଇସ୍ତଫା ପତ୍ର ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇଥିବାବେଳେ ଗଡ୍‌ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button