ମନୋରଞ୍ଜନ

ସଂଧ୍ୟାରେ କରି କିମ୍ବା ଭାଜି ସହିତ ପ୍ରସ୍ତୁତ କରନ୍ତୁ ରୁମାଲ ରୁଟି, ସ୍ୱାଦକୁ କରିବ ଦ୍ୱିଗୁଣା

ସବୁବେଳେ ପ୍ରାୟ ଦେଖାଯାଏ ଯେ ଘରେ କିଛି ସ୍ପେଶାଲ ପ୍ରୋଗ୍ରାମରେ କିଛି ସ୍ପେଶାଲ ଡିସ୍‌ ବନାଯାଇଥାଏ। ନିରାମିଶ ଖାଉଥିବା ଲୋକଙ୍କୁ ପନୀର ଏବଂ ଆମିଶ ଖାଉଥିବା ଲୋକଙ୍କୁ ଚିକେନ ବହୁତ ଭଲ ଲାଗିଥାଏ। ଏମିତିରେ ଯଦି ଆପଣ ଏହାର ସ୍ୱାଦ ଆହୁରି ଅଧିକ ବଢ଼ାଇବାକୁ ଚାହୁଁଛନ୍ତି ତେବେ ରୁମାଲ ରୁଟି ବନାଇ ଖାଆନ୍ତୁ। ଆପଣ ଏହାସହିତ ରୁମାଲ ରୁଟି ବନାଇ ପାରିବେ ଯାହା ଉଭୟ ଭେଜ୍‌ ଏବଂ ନନଭେଜର ସ୍ୱାଦକୁ ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା ରୁମାଲ ରୁଟି ବନାଇବାର ରେସିପି।

ଆବଶ୍ୟକ ସାମଗ୍ରୀ

ଗହମ ଅଟା – ୧ କପ୍‌

ମଇଦା – ୧/୨ କପ୍‌

ଲୁଣ – ସ୍ୱାଦାନୁସାରେ

ତେଲ – ଆବଶ୍ୟକଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପାତ୍ରରେ ଅଟା, ମଇଦା, ଲୁଣ ଏବଂ ଏକ ଚାମଚ ତେଲ ପକାଇ ପାଣି ମିଶାଇ ଚକଡନ୍ତୁ।

ଏବେ ଅଟା ଗେଲା କରି କପଡାରେ ୧୫-୨୦ ମିନିଟ ଢ଼ାଙ୍କି ଦିଅନ୍ତୁ।

ଏବେ ଅଟା ଗୋଲାକୁ ଛୋଟ ଛୋଟ ଆକାର କରିଦିଅନ୍ତୁ। ଏହାପରେ ତାଓ୍ଵା ଗରମ କରନ୍ତୁ।

ରଖିଥିବା ଗୋଲାକୁ ବେଲି ଦିଅନ୍ତୁ ଏବଂ ଏହା ଉପରେ ଘିଅ ଲଗାଇ ଦିଅନ୍ତୁ।

ଏହା ଉପରେ ମଇଦା ପକାନ୍ତୁ ଏବଂ ଅନ୍ୟ ଏକ ପୁରି ରଖି ହାଲକା ଚାପ ପକାନ୍ତୁ।

ଏବେ ଏହି ରୁଟିକୁ ତାଓ୍ଵାରେ ସେକନ୍ତୁ।

ଏବେ ଏହା ଭଲ ଭାବରେ ସେକି ହୋଇଗଲା ପରେ ବାହାରକୁ କାଢ଼ି ଦିଅନ୍ତୁ।

ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ରୁମାଲ ରୁଟି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button