IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଧନର ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି କି? ତେବେ ଘରର ଲକ୍ଷ୍ମୀଙ୍କୁ ଦିଅନ୍ତୁ ଏହି ୪ଟି ଜିନିଷ

ସବୁ ବ୍ୟକ୍ତି ଚାହାନ୍ତି ଯେ ତାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ସବୁବେଳେ ରହିଥାଉ ଏବଂ କେବେବି ଧନର ଅଭାବ ନ ରହୁ। ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଅନେକ ଉପାୟକୁ ଅବଲମ୍ବନ କରନ୍ତି। ଏହାସହିତ ଯଦି ଆପଣ ନିଜ ଘରର ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିଲେ ତେବେ ଦେବୀ ମାତା ଆପେ ଆପେ ପ୍ରସନ୍ନ ହୋଇଯାନ୍ତି। ଯେଉଁଘରେ ଗୃହଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଖୁସି ରୁହନ୍ତି ସେହି ଘରେ ଦେବୀ ଲକ୍ଷ୍ମୀଙ୍କ କୃପା ସଦୈବ ଆପଣଙ୍କ ଉପରେ ରହିଥାଏ। ଯେଉଁ ଘରର ଲକ୍ଷ୍ମୀ ସବୁବେଳେ ଦୁଃଖରେ ଥାଆନ୍ତି ସେଠାରେ ଧନର ଅଭାବ ଏବଂ ଅନେକ କଠିନ ସମସ୍ୟା ଆସିଥାଏ। ଏଥିପାଇଁ ଆଜ ଆମେ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ ଜଣାଇବୁ ଯାହାକୁ ଗୃହଲକ୍ଷ୍ମୀଙ୍କୁ ଦାନ କରିବା ଦ୍ୱାରା ଧନର ଦେବୀ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ।

ସୁହାଗ ଜିନିଷ

ସୁହାଗ ସାମଗ୍ରୀ ଯଥା ସିନ୍ଦୂର, ବିନ୍ଦି, ଚୁଡି ଆଦି ଘରର ଲକ୍ଷ୍ମୀଙ୍କୁ ଉପହାର ଦେଲେ ଘରେ ସୌଭାଗ୍ୟ ବଢ଼ିଥାଏ। ଏହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଏଥିପାଇଁ ସମୟ ସମୟରେ ତାଙ୍କୁ ମଧ୍ୟ କିଛି ଉପହାର ଦେବା ଉଚିତ।

suhag ସମ୍ମାନ

ଗୃହଲକ୍ଷ୍ମୀଙ୍କ ପ୍ରସନ୍ନତା ପାଇଁ ଏହି ଜିନିଷ ବ୍ୟତୀତ ଏକ ଖାସ୍‌ ଉପହାର ଦେବା ଉଚିତ ଯାହାକୁ ଦେବାରେ ଟଙ୍କାଟିଏ ବି ଖର୍ଚ୍ଚି ହୋଇନଥାଏ। ଏହି ଉପହାରର ନାମ ହେଉଛି ସମ୍ମାନ ଏବଂ ମଧୁର ଭାଷା। ଯଦି ଆପଣ ଘରେ ଥିବା ଲକ୍ଷ୍ମୀଙ୍କୁ ଏହା ଦେଲେ ତେବେ ଘରେ ସବୁ ପ୍ରକାର ପ୍ରେମ ଏବଂ ଆନନ୍ଦ ଭରପୂର ରହିବ।

ଆଭୂଷଣ ବା ଗହଣା

lordଶାସ୍ତ୍ରରେ କୁହାଯାଇଛି ଯେ ଆଭୂଷଣ ବିନା ଦେବୀ ମାଙ୍କ ପୂଜା ସମ୍ପନ୍ନ ହୋଇନଥାଏ, ଏଥପାଇଁ ଦେବୀଙ୍କ ପୂଜାରେ ଆଭୂଷଣ ନିଶ୍ଚୟ ଅର୍ପଣ କରନ୍ତୁ। ମାତା ଲକ୍ଷ୍ମୀଙ୍କୁ ଆଭୂଷଣ ବହୁତ ପସନ୍ଦ। ଏଥିପାଇଁ ସମୟ ସମୟରେ ଛୋଟ ମୋଟ ଆଭୂଷଣ ଘରର ଲକ୍ଷ୍ମୀଙ୍କୁ ଦେବା ଉଚିତ। ଶାସ୍ତ୍ରରେ କୁହାଯାଇଛି ଗୃହଲକ୍ଷ୍ମୀ ଘରର ସଂପନ୍ନତାକୁ ଦର୍ଶାଇଥାଏ। ଏଥିପାଇଁ ଶାସ୍ତ୍ରରେ କୁହାଯାଇଛି ଗୃହଲକ୍ଷ୍ମୀଙ୍କୁ ସୁନ୍ଦର ବସ୍ତ୍ର ଏବଂ ଆଭୂୂଷଣରେ ଭରି ରହିବା ଉଚିତ।

ବସ୍ତ୍ର

ବୁଧବାର କିମ୍ବା ଶୁକ୍ରବାର ଦିନ ଗୃହଲକ୍ଷ୍ମୀଙ୍କ ବସ୍ତ୍ର ଦାନ କରନ୍ତୁ। ଏଥପିରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଗୃହଲକ୍ଷ୍ମୀଙ୍କ ବ୍ୟତୀତ ଅନ୍ୟ ସଧବା ନାରୀଙ୍କୁ ବସ୍ତ୍ର ଦାନ କରିବା ଉଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button