ଦେଶ

ଶୀତଦିନେ ପ୍ରତିଦିନ ଗାଧୋଇବା ଶରୀର ପାଇଁ ହୋଇଥାଏ କ୍ଷତିକାରକ, ଜାଣନ୍ତୁ କାହିଁକି ?

ସାଧାରଣତଃ ଶୀତଦିନେ ସକାଳୁ ଗାଧୋଇବା ନା ଶୁଣିଲେ ଆମେ ସମସ୍ତେ ଡରିଯାଇଥାଉ କାରଣ ଶୀତଦିନେ ଥଣ୍ଡା କାରଣରୁ ଅନେକ ଲୋକ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ। ତେବେ ଯେଉଁମାନଙ୍କୁ ଶୀତଦିନେ ଗାଧୋଇବାକୁ ଡର ଲାଗେ ସେମାନଙ୍କ ପାଇଁ ଆମେ ନେଇଆସିଛୁ ଏକ ଖୁସିଖବର । ସାରା ବିଶ୍ଵର ସ୍କିନ ଏକ୍ସପର୍ଟସଙ୍କ କହିବା ଅନୁଯାୟୀ ପ୍ରତିଦିନ ଗାଧୋଇବା ଦ୍ୱାରା ଏହା ଆମର ସ୍କିନକୁ କ୍ଷତି ପହଂଚାଇଥାଏ । ତାହେଲେ ଆସନ୍ତୁ ଜାଣିବା ଶୀତଦିନେ ପ୍ରତିଦିନ ଗାଧୋଇବା ଦ୍ୱାରା ଆମ ଶରୀରକୁ କେଉଁ ପ୍ରକାରର କ୍ଷତି ହୋଇଥାଏ ।

जानें, सर्दियों में रोजाना नहाना क्यों नहीं है जरूरी

ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଅସନା ହେବା କାରଣରୁ ନୁହେଁ ବରଂ ସମାଜର ପ୍ରେସରରେ ଆସି ଆମକୁ ପ୍ରତିଦିନ ଗାଧୋଇବାକୁ ପଡିଥାଏ । ତେବେ ଅନେକ ଗବେଷଣାରୁ ଏହା ପ୍ରମାଣ ହୋଇସାରିଛି ଯେ ସ୍କିନ ନିଜକୁ ସଫା ରଖିବାର କ୍ଷମତା ରହିଥାଏ । ଯଦି ଆପଣ ଜିମ ଯାଉନାହାନ୍ତି ଓ ପ୍ରତିଦିନ ଆପଣଙ୍କଠାରୁ ଝାଳ ବାହାରୁନାହିଁ କିମ୍ବା ଆପଣ ପ୍ରତିଦିନ ଧୂଳି,ମାଟି ସଂସ୍ପର୍ଶରେ ଆସୁନାହାନ୍ତି ତାହେଲେ ଆପଣଙ୍କୁ ପ୍ରତିଦିନ ଗାଧୋଈବାର ଆବଶ୍ୟକତା ନାହିଁ ।

आप करते हैं पानी की बर्बादी

ଯଦି ଆପଣ ଶୀତଦିନେ ପ୍ରତିଦିନ ଗରମ ପାଣିରେ ଗାଧୋଉଛନ୍ତି ତାହେଲେ ଏହା ଆପଣଙ୍କ ଶରୀରକୁ ଲାଭ ବଦଳରେ କ୍ଷତି ପହଂଚାଇଥାଏ । ଏପରି କରିବା ଦ୍ୱାରା ଆପଣଙ୍କ ସ୍କିନ ଡ୍ରାଏ ହୋଇପାରେ । କାରଣ ଏହାଦ୍ୱାରା ନ୍ୟାଚୁରାଲ ଅଏଲସ ବାହାରି ଯାଇଥାଏ ଯାହାକି ଆପଣଙ୍କୁ ମଇଶ୍ଚରାଇଜଡ଼ ଏବଂ ସୁରକ୍ଷିତ ରଖିଥାଏ । ଯଦି ଆପଣଙ୍କୁ ପ୍ରତିଦିନ ଗାଧୋଇବା ଆବଶ୍ୟକ ତାହେଲେ ଦଶ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଗାଧାନ୍ତୁ ନାହିଁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ସ୍କିନ ଭଲ ବ୍ୟାକ୍ଟେରିଆ ଜନ୍ମ କରିଥାଏ । ଯାହାକି ଆପଣଙ୍କୁ ହେଲଦି ରଖିବା ସହିତ କେମିକାଲସର ଟକ୍ସିନ୍ସ ରୁ ବଞ୍ଚାଇଥାଏ । ଏହା ବ୍ୟତୀତ ପ୍ରତିଦିନ ଗାଧୋଇବା ଦ୍ୱାରା ସ୍କିନର ନାଚୁରାଲ ଅଏଲ ବାହାରି ଯାଇଥାଏ । ଯେଉଁଥିପାଇଁ ଶରୀରରୁ ବ୍ୟାକ୍ଟେରିଆଗୁଡିକ ମରିଯାଆନ୍ତି । ଏହି ବ୍ୟାକ୍ଟେରିଆ ଆମର ଇମ୍ୟୁନ ସିଷ୍ଟମକୁ ମଧ୍ୟ ସପୋର୍ଟ କରିଥାନ୍ତି । ସେଥିପାଇଁ ଶୀତଦିନେ ଆମକୁ ସପ୍ତାହରେ ଦୁଇରୁ ତିନିଥର ଗାଧୋଇବା ଆବଶ୍ୟକ ।

खुद को साफ करती है स्किन

ପ୍ରତିଦିନ ଗରମପାଣିରେ ଗାଧୋଇବା ଦ୍ୱାରା ଏହା ଆପଣଙ୍କ ନଖକୁ ମଧ୍ୟ କ୍ଷତି ପହଂଚାଇଥାଏ । ଏହି ସମୟରେ ଆପଣଙ୍କ ନଖ ପାଣିକୁ ଅବଶୋସିତ କରିନେଇ ସଫ୍ଟ ହୋଇଯାଇଥାଏ ଓ ଏହାଦ୍ୱାରା ନଖର ନ୍ୟାଚୁରାଲ ଅଏଲ ମଧ୍ୟ ନଷ୍ଟ ହୋଇଯାଇଥାଏ । ଯାହାଦ୍ୱାରା ଏହା ରୁକ୍ଷ ଏବଂ ଦୁର୍ବଳ ହୋଇଯାଇଥାଏ । ଏହିସବୁ କାରଣ ପରେ ପ୍ରତିଦିନ ଗାଧୋଇବା ଦ୍ୱାରା ପାଣି ମଧ୍ୟ ନଷ୍ଟ ହୋଇଥାଏ । ଏକ ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ଦିନକୁ 55 ଲିଟର ପାଣିରେ ଗାଧୋଇଥାଏ । ତେବେ ପ୍ରତିଦିନ ନଗାଧୋଈବା ଦ୍ୱାରା ଆପଣ ନିଜ ଶରୀର ସହିତ ସମାଜକୁ ମଧ୍ୟ ଲାଭ ପହଁଚାଇବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button