ଦେଶ

କଳାପଟାରେ ‘ଜୟ ଶ୍ରୀରାମ’ ଲେଖିବାରୁ ଛାତ୍ରକୁ ମାଡ଼ – Ibnodisha

[ad_1]

ଜମ୍ମୁ: ବିଦ୍ୟାଳୟ କଳାପଟାରେ ‘ଜୟ ଶ୍ରୀରାମ’ ଲେଖିଥିବା ଜଣେ ଛାତ୍ରକୁ ଶିକ୍ଷକ ପ୍ରବଳ ମାଡ଼ ମାରିବାରୁ ସେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ଜମ୍ମୁ-କାଶ୍ମୀରର କଠୁଆ ଜିଲାରେ ଥିବା ଏକ ସରକାରୀ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ସୂଚନାନୁଯାୟୀ ବିଦ୍ୟାଳୟର ଜଣେ ଛାତ୍ର କଳାପଟାରେ ଜୟ ଶ୍ରୀରାମ ଲେଖିଥିବା ଦେଖି ଉତ୍‌କ୍ଷିପ୍ତ ଶିକ୍ଷକ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ତରଫରୁ ସଂପୃକ୍ତ ଶିକ୍ଷକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ଏହି ଘଟଣାର ତଦନ୍ତ ପାଇଁ ଏକ ୩ଜଣିଆ କମିଟି ଗଠନ କରାଯାଇଛି।

The post କଳାପଟାରେ ‘ଜୟ ଶ୍ରୀରାମ’ ଲେଖିବାରୁ ଛାତ୍ରକୁ ମାଡ଼ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button