ରାଜ୍ୟ

ଥାଇରଏଡ୍‌ର ସମସ୍ୟାରୁ ମୁକ୍ତି ଦେବ ଯୋଗ, ପ୍ରତିଦିନ କରନ୍ତୁ ଏହି ତିନିଟି ଯୋଗ

ଥାଇରଏଡ୍‌ ଗ୍ରନ୍ଥି ଅଧିକ ପରିମାଣରେ ହରମୋନ୍‌ କ୍ଷରଣ କରିବା ଯୋଗୁ ଶରୀରରେ ଥାଇରଏଡ୍‌ ସମସ୍ୟା ଦେଖାଯାଏ। ଏହି ସମସ୍ୟା ଉଭୟ ମହିଳା ଓ ପୁରୁଷଙ୍କଠାରେ ଦେଖାଯାଉଥିଲେ ମଧ୍ୟ ମହିଳାମାନେ ଏହି ରୋଗରେ ଅଧିକ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି। ଠିକ୍‌ ସମୟରେ ଥାଇରଏଡ୍‌ର ଚିକିତ୍ସା ନକଲେ ଭବିଷ୍ୟତରେ ଏହା ଜୀବନ ମଧ୍ୟ ନେଇପାରେ। ଥାଇରଏଡ୍‌ ସମସ୍ୟା ଥିବା ବ୍ୟକ୍ତିଙ୍କଠାରେ ହୃଦରୋଗର ଆଶଙ୍କା ଅଧିକ ଦେଖାଦିଏ। ମେଡିସିନ୍‌ ସହ ଯୋଗ କରିବା ଦ୍ୱାରା ଥାଇରଏଡ୍‌ ନିୟନ୍ତ୍ରଣରେ ରହିଥାଏ। ଆସନ୍ତୁ ଜାଣିବା କେଉଁ ଯୋଗ କଲେ ଥାଇରଏଡ୍‌ ରୋଗୀ ନିରୋଗ ରହିପାରିବେ।

ଅନୁଲୋମ-ବିଲୋମ:

ଅନୁଲୋମ-ବିଲୋମ କରିବା ପାଇଁ ପ୍ରଥମେ ଚକାମେଲି ପକାଇ ସୁଖାସନରେ ବସିଯାଆନ୍ତୁ। ଆଖି ବୁଜି ଡାହାଣ ନାକକୁ ବୁଢ଼ା ଆଙ୍ଗୁଠିରେ ବନ୍ଦ କରି ବାମପଟେ ଧୀରେ ଧୀରେ ନିଃଶ୍ୱାସ ନିଅନ୍ତୁ। ଏବେ ବାକି ଆଙ୍ଗୁଠିରେ ବାମପଟ ନାକ ବନ୍ଦ କରି ଡାହାଣପଟ ଖୋଲି ନିଃଶ୍ୱାସ ଛାଡ଼ନ୍ତୁ। ଏଭଳି ପୁନର୍ବାର ବାମପଟେ ବି କରନ୍ତୁ। ଏଭଳି ଦିନକୁ ୫ରୁ ୧୦ ଥର କରନ୍ତୁ। ଅନୁଲୋମ-ବିଲୋମ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ ଓ ଅନେକ ରୋଗ ଦୂର ହୋଇଥାଏ।

ବାଳାସନ:

ବାଳାସନକୁ ଚାଇଲ୍ଡ ପୋଜ୍‌ ମଧ୍ୟ କୁହାଯାଏ। ଏହି ଯୋଗ କରିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଥାଇରଏଡ ସମସ୍ୟା ସହ ଏହି ଆସନ ହଜମ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ଵିତ କରିଥାଏ। ପେଟର ଚର୍ବି ହଟାଇବାରେ ମଧ୍ୟ ଏହି ଆସନ ସାହାଯ୍ୟ କରେ। ଏହି ଆସନ କରିବା ପାଇଁ ଏକ ସମତଳ ଜାଗାରେ ଚଟାଇ ପକାଇ ବସନ୍ତୁ। ଏବେ ଦୁଇ ଆଣ୍ଠୁକୁ ଭାଙ୍ଗି ମୁଣ୍ଡିଆ ମାରିବା ଭଳି ମୁଣ୍ଡକୁ ତଳେ ଲଗାନ୍ତୁ ଓ ଦୁଇ ହାତକୁ ଆଗକୁ ଲମ୍ବାନ୍ତୁ। ଏଭଳି ଅତିକମ୍‌ରେ ୫ ଥର କରନ୍ତୁ।

ଶବାସନ:

ଶବାସନ କରିବା ପାଇଁ ପ୍ରଥମେ ଭୂମିରେ ଏକ ଚଟେଇ ବିଛାନ୍ତୁ। ଏବେ ଚିତ୍‌ ହୋଇ ସିଧା ଶୋଇଯାଆନ୍ତୁ, ଯେମିତି ଗୋଡ଼ ଦୁଇଟି ମଧ୍ୟରେ ୧ ଫୁଟ ଦୂରତା ରହିବ। ଏବେ ଆଖି ବନ୍ଦ କରି ଧୀରେ ଧୀରେ ନିଃଶ୍ୱାସ ନିଅନ୍ତୁ। ଏଭଳି ୧୦ ମିନିଟ୍‌ କରନ୍ତୁ। ପ୍ରତିଦିନ ଏହି ଆସନ କରିବା ଦ୍ୱାରା ଥାଇରଏଡ ଗ୍ରନ୍ଥି ଠିକ ଭାବେ କାମ କରିଥାଏ। ଡାଇବେଟିସ୍‌ ସମେତ ହୃଦ୍‌ ସମ୍ବନ୍ଧୀୟ ରୋଗ ଦୂର କରିବାରେ ମଧ୍ୟ ଏହି ଆସନ ସାହାଯ୍ୟ କରେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button