ମନୋରଞ୍ଜନ

ଭିକାରୀ ଟଙ୍କାଟିଏ ବି ଆଣିନଥିଲା; ଆଦିଲଙ୍କ ଆରୋପ ଉପରେ ରାକ୍ଷୀଙ୍କ ପ୍ରତିକ୍ରିୟା – Ibnodisha

[ad_1]

ମୁମ୍ବାଇ: ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ ଏବେ ଜେଲରୁ ବାହାରକୁ ବାହାରି ସାରିଛନ୍ତି। ପାରିବାରିକ ହିଂସା ସମେତ ରାକ୍ଷୀ ତାଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ, ଯାହା ପରେ ତାଙ୍କୁ ଜେଲ୍‌ ଯିବାକୁ ପଡିଥିଲା। ସୋମବାର ସେ ବାହାରକୁ ଆସି ଅନେକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଥିଲେ। ରାକ୍ଷୀ ତାଙ୍କ ମା’ଙ୍କ ମୃତ୍ୟୁ ହେବା ଦିନ ବିରିୟାନି ଖାଇଥିବା କଥା କହିବା ସହ ଇସଲାମର ଅପମାନ କରିଥିବା କହିଥିଲେ ଆଦିଲ।

ଏବେ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ଦେଇଛନ୍ତି ରାକ୍ଷୀ। ସେ କହିଛନ୍ତି, “ଆଦିଲ ମୋତେ ଫୋନ କରି କହିଥିଲେ ଯେ, ମୁଁ ଶୈଲୀଙ୍କ ଉପରେ, ମହୀସୁରରେ ଥିବା ପରିବାର ଉପରେ, ଅବ୍ବାସ ଭାଇଙ୍କ ଉପରେ ବିରକ୍ତ ହୋଇଗଲାଣି। ତୁମେ ମୋତେ ମୁମ୍ବାଇ ଡାକ। ମୁଁ ତୁମର ସ୍ୱାମୀ, ଯଦି ତୁମେ ତୁମର ସ୍ୱାମୀଙ୍କ କଥା ନ ଶୁଣ, ତୁମେ ନର୍କକୁ ଯିବ। ତୁମେ ଇସଲାମ ଗ୍ରହଣ କରିଛ। ମୁମ୍ବାଇ ଡାକିବାରୁ ସେ ଭିକାରୀ ଟଙ୍କାଟିଏ ବି ଆଣି ଆସିନଥିଲେ। ମୋତେ ବିବାହ କରିଛ, ଏହାର ପ୍ରମାଣପତ୍ର ଦିଅ ବୋଲି କହିବାରୁ ସେ ମୋତେ ଦେଇନଥିଲେ। ସେ ମୋତେ ନୁହେଁ ମୁଁ ତାଙ୍କୁ ଟଙ୍କା ଦେଇଛି।”

ତେବେ ଆଦିଲ କହିଥିଲେ ଯେ, “ଅଭିନେତ୍ରୀ ନିଜ ମା’ଙ୍କ କର୍କଟ ନାମରେ ଲୋକଙ୍କୁ ଲୁଟ୍ କରୁଥିଲେ ଏବଂ ପ୍ରତି ମାସରେ ଏକରୁ ଦୁଇ ଲକ୍ଷ ଟଙ୍କା ଆଦାୟ କରୁଥିଲେ। ମୁଁ ବହୁତ କଷ୍ଟ ପାଇଛି। ଏହି କିଛି ମାସ ମଧ୍ୟରେ ମୋ ସହିତ କ’ଣ ହୋଇଛି ତାହା କହିପାରିବି ନାହିଁ। ମା ଏବଂ ବାପାଙ୍କ ସମେତ ପୂରା ପରିବାର କିପରି ଅବସ୍ଥା ଦେଇ ଗତି କରିଛନ୍ତି, ମୁଁ କହି ପାରିବି ନାହିଁ। କିନ୍ତୁ ମୁଁ ଖୁସି ଯେ ମୁଁ ବାହାରକୁ ଆସିଛି ଏବଂ ମୋ ସହିତ କ’ଣ ହୋଇଛି ତାହା କହିପାରୁଛି।”



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button