ରାଜ୍ୟ

ସୋଆ ଇଞ୍ଜିନିୟରିଂ ପୋଷ୍ଟ ଗ୍ରାଜୁଏଟ୍ ଓ ଏମ୍‌ଟେକ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ – Ibnodisha

[ad_1]

ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ପୋଷ୍ଟ ଗ୍ରାଜୁଏଟ୍ ଓ ଏମ୍‌.ଟେକ୍ ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ନାତକୋତର ଉପାଧି ପ୍ରଦାନ କରାଯାଇଛି ।
ଆଇଟିଇଆରର ସିଭିଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଓ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗରେ ୨୦୨୩ ଶିକ୍ଷା ବର୍ଷ ନିମନ୍ତେ ଏମ୍‌.ଟେକ୍ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଉପାଧି ପ୍ରଦାନ କରାଯାଇଛି ।
ସେହିପରି ଆଇଟିଇଆରର ଗଣିତ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ କମ୍ପ୍ୟୁଟର ଆପ୍ଲିକେସନ୍ (ବିସିଏ ଓ ଏମ୍‌ସିଏ)ର ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ୨୦୨୩ ଶିକ୍ଷା ବର୍ଷ ନିମନ୍ତେ ସ୍ନାତକୋତର ଉପାଧି ପ୍ରଦାନ କରାଯାଇଛି ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ । ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କର ଶପଥ ପାଠ କରାଇବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ଶିକ୍ଷା ଏବଂ ଗବେଷଣା ଉପରେ ପର୍ଯ୍ୟବେସିତ । ଜାତୀୟ ଶିକ୍ଷାନୀତି ଅନୁଯାୟୀ ସୋଆ ମଲ୍ଟିଡିସିପ୍ଲିନାରୀ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି (ମେରୁ) କ୍ୟାଟେଗୋରୀରେ ନିଜକୁ ଅନ୍ତର୍ଭୁକ୍ତ କରିବାର ଉଦ୍ଦେଶ୍ୟ ରଖିଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।
ଦୀର୍ଘ ୧୦ ବର୍ଷ ହେବ ସୋଆ ଗବେଷଣା ଓ ବିକାଶ ଦିଗରେ କାର୍ଯ୍ୟ କରୁଛି ବୋଲି କହିବା ସହ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଯେ କୌଣସି ଅନୁଷ୍ଠାନରେ ଗବେଷଣା କାର୍ଯ୍ୟ କରିପାରିବେ ବୋଲି ସେ କହିଥିଲେ ।
ସୋଆ ଦେଶର ୧୫ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଥିବା ଦୃଷ୍ଟିରୁ ଏହି ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରୁଥିବା ଛାତ୍ରଛାତ୍ରୀମାନେ ନିଜକୁ ସେହିଭଳି ଢ଼ଙ୍ଗରେ ପ୍ରତିଷ୍ଠିତ କରାଇବା ସହ ଗର୍ବିତ ହେବା ଆବଶ୍ୟକ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ଆଇଟିଇଆର୍ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରି ଏହାର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଗବେଷଣାକୁ ଅଧିକ ଗୁରୁତ୍ୱ ଦେବା ସହ ଆଇଟିଇଆର୍‌ରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଗବେଷଣା ଉପରେ ଜୋର ଦିଆଯାଉଥିବା କହିଥିଲେ । ତେବେ ଛାତ୍ରଛାତ୍ରୀମାନେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ କଠିନ ପରିଶ୍ରମ କରିବା ଉଚିତ୍ ବୋଲି ସେ କହିଥିଲେ ।
ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର) ଆଇଟିଇଆର୍ ପ୍ରଫେସର ରେଣୁ ଶର୍ମା, ସିଏସ୍‌ଇ ବିଭାଗ ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ସିଭିଲ୍ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ପ୍ରଫେସର ବିଦ୍ୟାଧର ବାସା, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ପ୍ରଫେସର ସରୋଜ ଆଚାର୍ଯ୍ୟ, ସିଏସ୍‌ଆଇଟି ବିଭାଗ ମୁଖ୍ୟ ପ୍ରଫେସର ଅଜିତ କୁମାର ନାୟକ, ଇଇଇ ବିଭାଗ ମୁଖ୍ୟ ପ୍ରଫେସର ନିରଞ୍ଜନ ନାୟକ, ଇସିଇ ବିଭାଗ ମୁଖ୍ୟ ପ୍ରଫେସର ବିଭୁ ପ୍ରସାଦ ମହାନ୍ତି, ଇଇ ବିଭାଗ ମୁଖ୍ୟ ପ୍ରଫେସର ବିନୋଦ କୁମାର ସାହୁ, ଗଣିତ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତ ଦାସ, ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ସୁଜାତା ମିଶ୍ର, ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଏସ୍‌.କେ. କମିଲା, କମ୍ପ୍ୟୁଟର ଆପ୍ଲିକେସନ୍ ବିଭାଗ ମୁଖ୍ୟ ପ୍ରଫେସର କାବେରି ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଫେସର ରେଣୁ ଶର୍ମା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button