ଦେଶ

ସାମ୍ବାଦିକଙ୍କୁ ନିୟନ୍ତ୍ରଣରେ ରଖାଯିବା ଉଚିତ୍ ନୁହେଁ: ନୀତୀଶ – Ibnodisha

[ad_1]

ପାଟନା : ସାମ୍ବାଦିକଙ୍କୁ ବାସନ୍ଦ କରିବା ପ୍ରସଙ୍ଗରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ନେଇଥିବା ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଗ୍ରାହ୍ୟ କରିଛନ୍ତି । ସାମ୍ବାଦିକଙ୍କୁ ବାସନ୍ଦ କରାଯିବା ସମ୍ପର୍କରେ ନୀତୀଶ କହିଛନ୍ତି ଯେ ‘ମୁଁ କୌଣସି ସାମ୍ବାଦିକଙ୍କୁ ବିରୋଧ କରେ ନାହିଁ। ସାମ୍ବାଦିକଙ୍କୁ ବାସନ୍ଦ କରାଯିବା ନିଷ୍ପତ୍ତି ଭୁଲ୍। ଯେତେବେଳେ ସାମ୍ବାଦିକମାନେ ପୂର୍ଣ୍ଣ ସ୍ବାଧାନତା ପାଇବେ ସେତେବେଳେ ସେମାନେ କ’ଣ ଠିକ୍‌ ଓ କ’ଣ ଭୁଲ୍‌ ତାହା ଲେଖିପାରିବେ। ତେଣୁ ସାମ୍ବାଦିକଙ୍କୁ ନିୟନ୍ତ୍ରଣରେ ରଖାଯିବା ଉଚିତ୍ ନୁହେଁ।’ କେନ୍ଦ୍ରରେ କ୍ଷମତାସୀନ ସରକାରକୁ ସମାଲୋଚନା କରି ନୀତୀଶ କହିଛନ୍ତି ଯେ ବର୍ତ୍ତମାନର ସରକାର କେତେକ ଗଣମାଧ୍ୟମକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି।

ସରକାରଙ୍କ ନିୟନ୍ତ୍ରଣରେ ରହିଥିବା ଗଣମାଧ୍ୟମଗୁଡିକ ନିୟମିତ ଭୁଲ୍‌ କରି ଚାଲିଛନ୍ତି। ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟର ୧୪ଜଣିଆ ସମନ୍ବୟ କମିଟି ବୈଠକରେ କେତେକ ସାମ୍ବାଦିକଙ୍କୁ ବାସନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁଯାୟୀ ରିପବ୍ଲିକ୍ ଟିଭିର ଅର୍ଣ୍ଣବ ଗୋସ୍ବାମୀ, ଆଜ୍‌ ତକ୍‌ର ସୁଧୀର ଚୌଧୁରୀ, ନ୍ୟୁଜ-୧୮ର ଅସୀମ ଦେବଗନ, ଟାଇମ୍ସ ନାଓର ନବିକା କୁମାର, ଇଣ୍ଡିଆ ଟୁଡେର ଗୌରବ ସାୱନ୍ତ ଭଳି ୧୪ଜଣ ନ୍ୟଜ୍‌ ଆଙ୍କର ତଥା ସାମ୍ବାଦିକଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରାଯିବ। ସାମ୍ବାଦିକଙ୍କୁ ବାସନ୍ଦ ନେଇ ଇଣ୍ଡିଆ ମେଣ୍ଟର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯିବା ପରେ ଏଥିରେ ପରିବର୍ତ୍ତନ କରାଯାଇଛି। କଂଗ୍ରେସ ନେତା ପୱନ ଖେରା କହିଛନ୍ତି ଯେ ବିରୋଧୀ ମେଣ୍ଟ କୌଣସି ସାମ୍ବାଦିକଙ୍କୁ ବାସନ୍ଦ କରିବାକୁ ନିଷ୍ପତ୍ତି ନେଇ ନାହିଁ। ବରଂ ସାମ୍ବାଦିକଙ୍କୁ ସହଯୋଗ ନ କରିବା ଲାଗି ମେଣ୍ଟ ନିଷ୍ପତ୍ତି ନେଇଛି।

ଅନ୍ୟପଟେ ନୀତୀଶଙ୍କୁ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଲାଗି ଜେଡିୟୁ ପକ୍ଷରୁ ପୁନର୍ବାର ଦାବି କରାଯାଇଛି। ଜେଡିୟୁ ରାଷ୍ଟ୍ରୀୟ ସଭାପତି ଲଲନ ସିଂହ ଓ ବିହାର ମନ୍ତ୍ରୀ ଅଶୋକ ଚୌଧୁରୀ କହିଛନ୍ତି ଯେ ନୀତୀଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଯୋଗ୍ୟ। ଚୌଧୁରୀ କହିଛନ୍ତି ଯେ ବିହାର ବ୍ୟତୀତ ଅନ୍ୟ ରାଜ୍ୟର ଲୋକ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ତେବେ ରାଜନୈତିକ ଦୃଶ୍ୟପଟକୁ ଅନୁଧ୍ୟାନ କରିବା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏହା ପୂର୍ବରୁ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମେଣ୍ଟର ନେତା ଲାଗି ପ୍ରସ୍ତାବ ଦେଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button