ମାଙ୍କଡ ସବୁବେଳେ ଫସଲ ନଷ୍ଟ କରିବାରୁ, ଚାଷୀ ଜଣକ କୁକରକୁ ହିଁ କରିଦେଲେ ବାଘ, ଆଉ ତା ପରେ…

ଜଣେ ଚାଷୀ ବହୁତ କଷ୍ଟ କରି ଚାଷ କରି ଫସଲ ଅମଳ କରିଥାଏ, ଯଦି ସେହି ଫସଲକୁ କେଉଁ ପ୍ରାଣୀ ନଷ୍ଟ କରେ ତା’ହେଲେ ତାର କଷ୍ଟର କୌଣସି ମୂଲ୍ୟ ରହେ ନାହିଁ । ଏହି ପ୍ରାଣୀମାନଙ୍କୁ ଫସଲରୁ ଦୁରେଇ ରଖିବା ପାଇଁ ଚାଷୀମାନେ ବିଭିନ୍ନ ଉପାୟ କରିଥାନ୍ତି । ଆପଣମାନେ କ୍ଷେତରେ କୃତ୍ରିମ ମଣିଷର ଉପାୟ ଦେଖିଥିବେ । କିଛି ପ୍ରାଣୀ ଅଛନ୍ତି ଯେଉଁମାନେ ଫସଲ କୁ ନଷ୍ଟ କରନ୍ତି ବା ସେହି ଫସଲକୁ ଖାଇଦିଆନ୍ତି, ସେହି ପ୍ରାଣୀମାନଙ୍କ ମଧ୍ୟରୁ ଗୋଟିଏ ହେଲା ମାଙ୍କଡ ।

ମାଙ୍କଡମାନେ ମେଳ ହୋଇ ଆସନ୍ତି ଫସଲକୁ ନଷ୍ଟ କରିଦିଅନ୍ତି । ମାଙ୍କଡଙ୍କୁ ଫସଲରୁ ଦୂରେଇ ରଖିବା ପାଇଁ କୃତ୍ରିମ ମଣିଷ ଫର୍ମୁଲା ମଧ୍ୟ ଫେଲ୍ ହୋଇଯାଇଥାଏ । ଏମିତିରେ କର୍ଣ୍ଣାଟକର ଏକ ଚାଷୀ ଏହି ମାଙ୍କଡଙ୍କୁ ଫସଲ ଠାରୁ ଦୂରେଇ ରଖିବା ପାଇଁ ଏକ ଭିନ୍ନ ଓ ନୂଆ ଉପାୟ ବାହାର କରିଛନ୍ତି ।

କର୍ଣ୍ଣାଟକର ଏକ ଗାଁରେ ଜଣେ ଚାଷୀ ଶ୍ରୀକାନ୍ତ ଗୌଡା ଏପରି ଏକ ଉପାୟ କରିଛନ୍ତି ଯାହା ଫଳରେ ମାଙ୍କଡମାନେ ଚାଷ ଜମିକୁ ଆସିବା ପାଇଁ ଡରୁଛନ୍ତି । ସେ ତାଙ୍କ କୁକୁରକୁ ରଙ୍ଗ କରି ବାଘ ପରି କରିଦେଇଛନ୍ତି । ଏଥି ପାଇଁ ସେ ହେୟାର କଲରକୁ ବ୍ୟବହାର କରି ନିଜ କୁକୁର ଦେହରେ ବାଘ ପରି କଳା କଳା ଗାର କରିଦେଲେ । ଏହା ପରେ ଶ୍ରୀକାନ୍ତ ନିଜ କୁକୁରର କିଛି ଫଟୋ ଉଠାଇ ନିଜ ଚାଷ ଜମିରେ ଲଗାଇଦେଲେ । ଫଳରେ ମାଙ୍କଡମାନେ ଚାଷ ଜମି ଭିତରକୁ ପଶିବା ପାଇଁ ଡରିଲେ ।

ଶ୍ରୀକାନ୍ତ କହିଲେ କି ଏହି ଅଦ୍ଭୁତ ଉପାୟ ଓ ପ୍ରେରଣା ତାଙ୍କୁ ସେତେବେଳେ ମିଳିଥିଲା ୪ ବର୍ଷ ପୂର୍ବେ ଯେତେବେଳେ ସେ ଉତ୍ତର କନ୍ନାଡା ଜିଲ୍ଲାର ଭଟକଲ କୁ ଯାଇଥିଲେ । ସେଠାରେ ଜଣେ ଚାଷୀ ମାଙ୍କଡଙ୍କୁ କ୍ଷେତରୁ ଦୂରେଇ ରଖିବା ପାଇଁ ବାଘର ଗୋଟିଏ ପ୍ରତିମୂର୍ତ୍ତି ରଖିଥିଲା । ସେହିଠାରୁ ପ୍ରେରଣା ପାଇ ସେ ଏହି ଉପାୟଟି ବାହାର କଲେ । ଏହା ଫଳରେ ତାଙ୍କ କ୍ଷେତରେ ମାଙ୍କଡମାନେ ପଶିବା ପାଇଁ ଡରୁଛନ୍ତି ।




