ମନୋରଞ୍ଜନ

ପଢନ୍ତୁ ଡ୍ରାମା କୁଇନ Rakhi ଙ୍କର ଅଜବ ପ୍ରେମର ଗଜବ କାହାଣୀ, ଜାଣନ୍ତୁ କିପରି ବାରମ୍ବାର ଭାଙ୍ଗି ଯାଇଥିଲା Rakhi ଙ୍କ ହୃଦୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଡ୍ରାମା କୁଇନ । ‘ରାକ୍ଷୀ ସାୱନ୍ତ’ ଙ୍କ ସମ୍ବନ୍ଧରେ ଏବଂ ତାଙ୍କ କଂଟ୍ରୋଭରସିଆଲ ଲଭ ସମ୍ବନ୍ଧରେ କହିବୁ । ବନ୍ଧୁଗଣ ଆପଣ ମାନେ ତ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଯିଏ ସର୍ବଦା ବିବାଦକୁ ନେଇ ଚର୍ଚ୍ଚା ରେ ଆସିଥାନ୍ତି ଏବଂ ନିଜର ଓଲଟା ସିଧା କଥା ପାଇଁ ସେ ସବୁବେଳେ ବିଭିନ୍ନ ପ୍ରକାର ଆଲେଚନା ର ଶିକାର ହୋଇଥାନ୍ତି ।

ରାକ୍ଷୀ ସାୱନ୍ତ ନିଜ ଆଇଟମ ସଙ୍ଗ ପାଇଁ ପରିଚିତ ଅଟନ୍ତି ଏବଂ ତାଙ୍କୁ କଲର୍ସ ଚ୍ୟାନେଲ ରେ ପ୍ରସାରିତ ଟିଭି ରିଆଲିଟି ସୋ ‘ବିଗ ବସ’ ରେ ମଧ୍ୟ କଣ୍ଟେଷ୍ଟେନ୍ଟ ହିସାବରେ ଦେଖିବାକୁ ମିଳିଥିଲା ଏବଂ ସେ ସେହି ରିଆଲିଟି ସୋ ରେ ପ୍ରଥମ ଥର ନିଜ ପ୍ରେମ ର ଇଜହାର କରିଥିଲେ ।

ଡାନ୍ସର ଏବଂ ଅଭିନେତା ଅଭିଷେକ ଙ୍କ ପାଇଁ ରାକ୍ଷୀ ଙ୍କ ମନରେ ପ୍ରେମ ଜାଗ୍ରତ ହୋଇଥିଲା । ଏହି ଦୁଇ ଯୋଡି ବହୁତ ସମୟ ପର୍ଯ୍ୟନ୍ତ ଏକାଠି ଥିଲେ କିନ୍ତୁ ବୋଧହୁଏ ଏହି ଯୋଡ଼ିଙ୍କ ଉପରେ କାହାର ନଜର ଲାଗି ଯାଇଥିଲା, ହଠାତ ଏହି ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ଏହା ପରେ ଏନ.ଡି.ଟିଭି ଚ୍ୟାନେଲ ରେ ରାକ୍ଷୀ ଙ୍କ ସ୍ୱୟଂବର ହୋଇଥିଲା ଏବଂ ରାକ୍ଷୀ ଏହା ମଧ୍ୟ କହିଥିଲେ ଯେ, ଏହି ସୋ ରେ ଯିଏ ବି ବିଜେତା ହେବେ ସେ ତାଙ୍କ ନିଶ୍ଚିତ ଭାବରେ ବିବାହ କରିବେ ।

୨୦୧୦ ମସିହାରେ ରାକ୍ଷୀ ସେହି ସୋ ର ବିଜେତା ଇଲେଶ ପରୁଜନୱାଲା ଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହ ର କିଛି ଦିନ ପରେ ଦୁହିଁଙ୍କ ବ୍ରେକଅପ ହୋଇଗଲା । ବନ୍ଧୁଗଣ ଏହାପରେ ଡିସେମ୍ବର ୨୦୧୮ ମସିହାରେ ରାକ୍ଷୀ ନିଜର ବାହାଘର ର କାର୍ଡ ମଧ୍ୟ ଛପାଇ ଦେଇଥିଲେ । ଯେଉଁଥିରେ ଲେଖା ହୋଇଥିଲା ଯେ, ସେ ନିଜର ବଏଫ୍ରେଣ୍ଡ ଦୀପକ କଲାଲ ଙ୍କୁ ବିବାହ କରିବେ ବୋଲି ଏବଂ ଏହା ସହିତ ବାହାଘର ତାରିଖ ସହିତ ସ୍ଥାନ ସମ୍ବନ୍ଧରେ ମଧ୍ୟ ଲେଖା ହୋଇଥିଲା ।

ଏହା ପରେ ରାକ୍ଷୀ ସାୱନ୍ତ କହିଥିଲେ ଯେ, ସେ ଜୁଲାଇ ରେ ମୁମ୍ବାଇ ର ଫାଇଭ ଷ୍ଟାର ହୋଟେଲ ରେ ବିବାହ କରିଛନ୍ତି । କିନ୍ତୁ ସେ ନିଜର ଏବଂ ନିଜ ସ୍ୱାମୀ ଙ୍କ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିନଥିଲେ ଏବଂ ସେ କହିଥିଲେ ଯେ, ତାଙ୍କ ବାହାଘର ରେ ମାତ୍ର ୪ ୫ ଜଣ ଲୋକ ହିଁ ଅବସ୍ଥିତ ଥିଲେ । ପରେ ରାକ୍ଷୀ ନିଜର ହନିମୁନ ଫଟୋ କୁ ସୋସିଆଲ ମିଡିଆ ରେ ସେୟାର କରିଥିଲେ ଏବଂ ସେ ସୋସିଆଲ ମିଡିଆ ରେ କରୱା ଚୌଥ ରେ ଫଟୋ ସେୟାର କରି କହିଥିଲେ ଯେ ସେ ନିଜ ସ୍ୱାମୀ ଙ୍କ ପାଇଁ ବ୍ରତ ରଖିଛନ୍ତି ।

ରାକ୍ଷୀ କୋର୍ଟ ମ୍ୟାରେଜ, ଖ୍ରୀଷ୍ଟିଆନ ରୀତି ଏବଂ ହିନ୍ଦୁ ରୀତି ରେ ୩ଥର ବିବାହ କରିଥିଲେ । ତାଙ୍କ ସ୍ୱାମୀ ରିତେଶ ଏକ ଇଣ୍ଟରବ୍ୟୁ ମାଧ୍ୟମରେ କହିଥିଲେ ଯେ ସେ ଲାଇମ ଲାଇଟ ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ଯେଉଁ କାରଣ ରୁ ସେ ନିଜର ଫଟୋ କୁ ସେୟାର କରୁ ନାହାନ୍ତି ।

ରାକ୍ଷୀ ମିଡିଆ ସାମ୍ନା ରେ କହିଥିଲେ ଯେ, ତାଙ୍କ ସ୍ୱାମୀ ଲଣ୍ଡନ ରେ ରୁହନ୍ତି ଏବଂ ଜଣେ ଏନ. ଆର. ଆଇ ବିଜନେସ ମ୍ୟାନ ଅଟନ୍ତି । ବର୍ତ୍ତମାନ ରାକ୍ଷୀ ଟିଭି ରିଆଲିଟି ସୋ ‘ବିଗ ବସ 14’ ର କଣ୍ଟେଷ୍ଟେଣ୍ଟ ଅଛନ୍ତି ଏବଂ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ଏଣ୍ଟରଟେଂମେଣ୍ଟ କରୁଛନ୍ତି ଏବଂ ଏହା ସହିତ ଅନେକ ପ୍ରକାର କଂଟ୍ରୋଭରସି ର ଶିକାର ମଧ୍ୟ ହେଉଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button