ମନୋରଞ୍ଜନ

ନୂଆ ସ୍ୱାଦର ନିଅନ୍ତୁ ଭରପୂର ମଜା, ଏମିତି ବନାନ୍ତୁ ସୁଜି ପକୋଡି

ସଂନ୍ଧ୍ୟାର ଟିଫିନରେ ସବୁବେଳେ ରାଗ ଏବଂ ଚଟପଟା ଖାଇବାକୁ ମନ ହୋଇଥାଏ। ଆଉ ସବୁଦିନ ଗୋଟିଏ ପ୍ରକାର ଖାଦ୍ୟ ଖାଇ ଖାଇ ବୋର ହୋଇଯାନ୍ତି ଲୋକେ। ଯଦି ଆପଣ ଏମିତି ଭାବୁଛନ୍ତି କଣ କଲେ କିଛି ନୂଆ ଖାଦ୍ୟର ସ୍ୱାଦ ପାଇପାରିବେ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ପକୋଡି ତା ପୁଣି ବେସନ ନୁହେଁ ସୁଜି ପକୋଡି। ଏହି ପକୋଡି ଖାଇବାକୁ ଯେତିକି କ୍ରିସପି ସ୍ୱାଦରେ ମଧ୍ୟ ସେତିକି ଲଜବାବ୍‌। ଏହାକୁ ବନାଇବା ଖୁବ୍‌ ସହଜ, ଏଥିପାଇଁ ଅଧିକ କିଛି ସାମଗ୍ରୀର ଆବଶ୍ୟକ ପଡିବନାହିଁ। ଏହାକୁ ଆପଣ ସଂନ୍ଧ୍ୟାରେ ଚା ସହିତ ଖାଇପାରିବେ।

ଆବଶ୍ୟକ ସାମଗ୍ରୀ

-କଞ୍ଚା ଲଙ୍କା

-ବନ୍ଧା କୋବି

-ରିଫାଇନ୍‌ ତେଲ

-ଲୁଣ

-ସୁଜି

-କଞ୍ଚା ଲଙ୍କା

-ଧନିଆ ପତ୍ର

ପ୍ରସ୍ତୁତ ପ୍ରଣାଳୀ

ଏକ ପାତ୍ରରେ ସୁଜି, ଦହି,ବନ୍ଧା କୋବି, ସିମଲା ଲଙ୍କା, ଫୁଲ କୋବି ଏବଂ ସ୍ୱାଦାନୁସାରେ ଲୁଣ ମିଶାଇ ମିକ୍ସ କରିଦିଅନ୍ତୁ ଏହାପରେ ଅଳ୍ପ ପାଣି ମିଶାନ୍ତୁ। ଏହାପରେ ଗ୍ୟାସରେ ତେଲ ପକାନ୍ତୁ ତେଲକୁ ଗରମ କରନ୍ତୁ। ଏବେ ଏହି ମିଶ୍ରଣକୁ ଗୋଲ ଗୋଲ ଆକାର ଦେଇ ତେଲରେ ଛାଣନ୍ତୁ। ଏହା ସୁନେଲୀ ରଙ୍ଗ ହୋଇଗଲା ପରେ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ସୁଜି ପକୋଡି ପ୍ରସ୍ତୁତ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button