ମନୋରଞ୍ଜନ

‘ଆର୍ଟିକିଲ ୩୭୦’ର ଆୟ ୨୫କୋଟି ଟପିଲା – Ibnodisha

[ad_1]

ମୁମ୍ବାଇ: ସମାଜରେ ଘଟୁଥିବା ବହୁ ପୁରାତନ ସତ୍ୟତା ଘଟଣାକୁ ଆଧାର କରି କାହାଣୀ ନିର୍ମିତ ହେଉଛି | ସେହିଭଳି ଚଳଚ୍ଚିତ୍ର ଭିତରୁ ‘କାଶ୍ମୀର ଫାଇଲସ’ ଚଳଚ୍ଚିତ୍ର ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିଲା | ଯଉଁଥିରେ ୨୦୨୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲସ’ରେ କାଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣାଦାୟକ କାହାଣୀ ଦେଖିବାକୁ ମିଳିଥିଲା | ବର୍ତ୍ତମାନ ଚଳଚ୍ଚିତ୍ର ‘ଆର୍ଟିକିଲ ୩୭୦’ ପ୍ରେକ୍ଷାଳୟରେ ରିଲିଜ ହୋଇଛି, ଯେଉଁଥିରେ ଆର୍ଟିକିଲ ୩୭୦ ଉଚ୍ଛେଦ ପଛର କାହାଣୀ ସହ ଏହାକୁ ନେଇ ଯେଉଁ ବିବାଦ ଦେଖାଯାଇଥିଲା, ତାହା ଦେଖିବାକୁ ମିଳିଛି। ଫିଲ୍ମର ପ୍ରଯୋଜନା ଆଦିତ୍ୟ ଧର କରିଥିବା ବେଳେ ଅଭିନେତ୍ରୀ ୟାମୀ ଗୌତମଙ୍କୁ ଏଥିରେ ଦମଦାର ଚରିତ୍ରରେ ଦେଖିବାକୁ ମିଳିଛି। ଫିଲ୍ମରେ କିଭଳି ଭାବେ ‘ଆର୍ଟିକିଲ ୩୭୦’ ଉଚ୍ଛେଦ କରିବା ପାଇଁ ଭାରତ ସରକାର କଡ଼ା ପରିଶ୍ରମ କରିଥିଲେ ଏବଂ ଇତିହାସର ଫର୍ଦ୍ଦକୁ ଲେଉଟାଇ ସେଥିରୁ କିଭଳି ତଥ୍ୟ ସଂଗ୍ରହ କରି ‘ଆର୍ଟିକିଲ ୩୭୦’ ଉଚ୍ଛେଦ କରାଯାଇଥିଲା, ତାହା ଫିଲ୍ମରେ ଦେଖିବାକୁ ମିଳିଛି। ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଏବେ ଦର୍ଶକଙ୍କ ମନ କିଣୁଥିବା ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୬.୧୨ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ଏହା ୯.୫୦ କୋଟିରେ ପହଞ୍ଚିଥିଲା। ଏପର୍ଯ୍ୟନ୍ତ, ଏହି ଚଳଚ୍ଚିତ୍ର ମୋଟ ୨୫.୪୫କୋଟି ଟଙ୍କା ମାତ୍ର ଦୁଇ ଦିନ ମଧ୍ୟରେ ସଂଗ୍ରହ କରିସାରିଲାଣି। ଫିଲ୍ମର ଆୟକୁ ଦେଖି ଲାଗୁଛି, ଏହା ସୁପରହିଟ୍ ହେବ।

The post ‘ଆର୍ଟିକିଲ ୩୭୦’ର ଆୟ ୨୫କୋଟି ଟପିଲା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button