ମନୋରଞ୍ଜନ

ମୁସଲମାନ-ହିନ୍ଦୁ ସମଲିଙ୍ଗୀ ଦମ୍ପତି ସୁଫି ମଲିକ ଏବଂ ଅଞ୍ଜଲୀ ଚକ୍ର ମଧ୍ୟରେ ସୃଷ୍ଟି ହେଲା ଫାଟ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତୀୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅଞ୍ଜଳୀ ଚକ୍ର ଏବଂ ପାକିସ୍ଥାନୀ ସୁଫି ମଲିକ ସେମାନଙ୍କ ସମଲିଙ୍ଗୀ ସମ୍ପର୍କ ଭାଙ୍ଗି ଯାଇଥିବା ଘୋଷଣା କରିଛନ୍ତି। ସେ ଦୁହେଁ ୨୦୧୯ ମସହାରେ ସେମାନଙ୍କ ସଂପର୍କ ବିଷୟରେ ସାରା ଦୁନିଆକୁ କହିଥିବା ବେଳେ ଏବେ ‘ବ୍ରେକ୍‌-ଅପ୍‌’ ଖବର ସେୟାର କରି ସଭିଙ୍କୁ ଚକିତ କରାଇ ଦେଇଛନ୍ତି। ଅଞ୍ଜଳୀ ଏବଂ ସୁଫିଙ୍କ ଯାତ୍ରା ପାଞ୍ଚ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, ଯାହା ସୀମା ଏବଂ ସାଂସ୍କୃତିକ ନିୟମ ଅତିକ୍ରମ କରିଥିବା ପ୍ରେମର ସୁନ୍ଦର ଚିତ୍ର ସହିତ ଅନେକଙ୍କ ହୃଦୟକୁ ଜିତିଥିଲା। ତେବେ ସବୁକିଛି ହଠାତ୍ ଶେଷ ହୋଇଗଲା, ଯେତେବେଳେ ସୁଫି ବିବାହ କରିବାର କିଛି ସପ୍ତାହ ପୂର୍ବରୁ ଅଞ୍ଜଳୀଙ୍କୁ ପ୍ରତାରଣା କରିଥିବା ସ୍ୱୀକାର କରିଥିଲେ। “ଆମ ବିବାହର କିଛି ସପ୍ତାହ ପୂର୍ବରୁ ତାଙ୍କୁ ପ୍ରତାରଣା କରି ଏକ ବଡ଼ ଭୁଲ କରିଥିଲି। ମୁଁ ତାଙ୍କୁ ବହୁତ ଆଘାତ ଦେଇଛି। ମୁଁ ଲୋକମାନଙ୍କୁ ଆଘାତ ଦେଇଛି।’’ ସୁଫି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏପରି ଲେଖିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button