ମନୋରଞ୍ଜନ

ପୁଅ ଅଭିଷେକଙ୍କ ଫିଲ୍ମ ରିଲିଜ୍ ପୂର୍ବରୁ ଖାଲି ପାଦରେ ସିଦ୍ଧିବିନାୟକ ମନ୍ଦିର ଗଲେ ବିଗ୍ ବି – Ibnodisha

[ad_1]

ମୁମ୍ବାଇ: ପୁଅ ତଥା ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ଫିଲ୍ମ ରିଲିଜ୍ ପୂର୍ବରୁ ଖାଲି ପାଦରେ ସିଦ୍ଧିବିନାୟକ ମନ୍ଦିର ଗଲେ ବିଗ୍ ବି ଅମିତାଭ ବଚ୍ଚନ। ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଗୁରୁବାର ଦିନ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ପ୍ରାର୍ଥନା କରିବା ପାଇଁ ପହଞ୍ଚିଥିବା ଦେଖାଯାଇଥିଲା। ସକାଳ ସମୟରେ ବର୍ଷା ହେଉଥିଲେ ବି ପୁଅ ପାଇଁ ମନ୍ଦିରରେ ପୂଜା କରିବାକୁ ପହଞ୍ଚିଥିଲେ ବିଗ୍ ବି। ଏହି ସମୟରେ ସେ ଧଳା ରଙ୍ଗର ପୋଷାକ ପରିଧାନ କରିଥିବା ଦେଖାଯାଇଥିଲା।

ଶୁକ୍ରବାର ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଘୁମର’ ରିଲିଜ୍ ହେବ। ଏଥିରେ ସେ ଜଣେ ପ୍ରଶିକ୍ଷକଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର ଟ୍ରେଲର ଦମଦାର ଥିବା ବେଳେ ବକ୍ସ ଅଫିସରେ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିବ ବୋଲି ଆଶା କରାଯାଉଛି। ଏମଧ୍ୟରେ ପୁଅକୁ ସଫଳତା ମିଳୁ ବୋଲି କାମନା କରି ଅମିତାଭ ବଚ୍ଚନ ରିଲିଜର ଗୋଟିଏ ଦିନ ପୂର୍ବରୁ ମନ୍ଦିରରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ବିଗ୍ ବିଙ୍କ ସହ ତାଙ୍କ ସୁରକ୍ଷାକର୍ମୀ ଥିବା ବେଳେ ମନ୍ଦିର ଭିତରକୁ ଯାଇ ଦର୍ଶନ କରିଥିଲେ ଏହି ବରିଷ୍ଠ ଅଭିନେତା, ଯାହାର ଭିଡିଓ ଏବେ ଭାଇରାଲ ହୋଇଛି।

ତେବେ କିଛି ଦିନ ପୂର୍ବରୁ ବିଗ୍ ବି, ଅଭିଷେକଙ୍କ ଫିଲ୍ମ ‘ଘୁମର’ ଦେଖିବା ପରେ ରିଭ୍ୟୁ ଦେଇଥିଲେ। ସେ କହିଥିଲେ ମୁଁ ରବିବାର ଅପରାହ୍ନ ଓ ରାତିରେ ୨ଥର ‘ଘୁମର’ ଦେଖିଲି। ବହୁତ ବଢ଼ିଆ ହୋଇଛି ଫିଲ୍ମ। ଏହି ଫିଲ୍ମ ଦେଖିବା ପରେ ମୋ ଆଖିରେ ଲୁହ ଆସିଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button