ମନୋରଞ୍ଜନ

ଶରୀରରେ ଆଘାତ ଲାଗିବାର ‌ଫଟୋ ପୋଷ୍ଟ କରି ଦିବ୍ୟାଙ୍କା ଦେଲେ ଏଭଳି ପ୍ରତିକ୍ରିୟା – Ibnodisha

[ad_1]

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଦିବ୍ୟାଙ୍କା ତ୍ରିପାଠୀଙ୍କ ଏକ ଫଟେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅଭିନେତ୍ରୀଙ୍କ ଶରୀରରେ ଆଘାତ ଲାଗିଥିବ‌ା ଦେଖିବାକୁ ମିଳୁଛି।

‘ୟେ ‌ହୈ ମୋହବ୍ବତେ’ର ଫେମ ତଥା ଟେଲିଭଜିନ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ କୌଣସି ଡେଲିସୋପରେ ନଜର ଆସୁ ନଥିବା ବେଳେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ଅଛନ୍ତି।

ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ଦିବ୍ୟାଙ୍କାଙ୍କ ପ୍ରତ୍ୟେକ ମୁହୂର୍ତ୍ତର ଖବର ପାଇ ପାରୁଛନ୍ତି। ନିକଟରେ ଇଣ୍ଟରନେଟରେ ଦିବ୍ୟାଙ୍କ‌ା ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କ ହାତରେ ଅନେକ ଆଘାତ ଲାଗିଥିବାର ଚିହ୍ନ ଦେଖିବାକୁ ମିଳୁଛି। ଅଭିନେତ୍ରୀଙ୍କ ହାତରେ ଏଭଳି ଚିହ୍ନକୁ ଦେଖି ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି। କ’ଣ ହୋଇଛି, ଏବେ ଆପଣ କେମିତି ଅଛନ୍ତି ବୋଲି ଦିବ୍ୟାଙ୍କାଙ୍କୁ ପ୍ରଶ୍ନ କରିଛନ୍ତି।

ତେବେ ଫ୍ୟାନ୍ସଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦିବ୍ୟାଙ୍କା କହିଛନ୍ତି, ‘ବ୍ୟସ୍ତ ହେବାର କିଛି କାରଣ ନାହିଁ। ମୁଁ ସମ୍ପୂର୍ଣ୍ଣ ଠିକ ଅଛି। ଫୋନର ଗ୍ୟାଲେରୀରେ ଫଟୋ ‌ଦେଖୁଦେଖୁ ଏହି ଫଟୋକୁ ପାଇଲି। ତେଣୁ ମୁଁ ମୋର ପୁରୁଣା ସ୍ମୃତିକୁ ଏହି ପୋଷ୍ଟ ଜରିଆରେ ମନେ ପକାଇଛି।’

 

ରୋହିତ ସେଟ୍ଟୀଙ୍କ ସୋ ‘ଖତରୋ କି ଖିଲାଡି’ର ଗତ ସିଜିନରେ ଦିବ୍ୟାଙ୍କା ନଜର ଆସିଥିଲେ। ସେ ଏହି ସୋ’ରେ ଫାଷ୍ଟ ରନର୍ସ ଅଫ ବି ହୋଇଥିଲେ। ସୋ’ରେ ତାଙ୍କୁ ଅନେକ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବାକୁ ପଡ଼ିଥିଲା। ଏହି କାରଣରୁ ଦିବ୍ୟାଙ୍କା ଅନେକଥର ଆହତ ବି ହୋଇଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button