ମନୋରଞ୍ଜନ

ଜୀ-ସାର୍ଥକରେ ଆସୁଛି ୩ଟି ନୂଆ ଧାରାବାହିକ, ଜାଣନ୍ତୁ କେଉଁ ସମୟରେ ହେବ ପ୍ରସାରଣ – Ibnodisha

[ad_1]

ଭୁବନେଶ୍ବର: ଓଡ଼ିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ । ଜୀ-ସାର୍ଥକର ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’ ଏବଂ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ହେଉ କି ଡାନ୍ସ ଓଡ଼ିଶା ଡାନ୍ସ ଓ ରଜ କୁଇନ୍ ପରି ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନକୁ ଛୁଇଁପାରିଛି । ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି । ସେହିପରି ଆଉ ଦୁଇଟି ମଜବୁତ ଓ ପ୍ରେରଣା ଦାୟୀ କାହାଣୀକୁ ନେଇ ଦୁଇଟି ମେଗା ଧାରାବାହିକ ‘ଶକ୍ତି’ ଓ ‘ସନ୍ଧ୍ୟା ରାଗିଣୀ’ ଆସୁଛି କେବଳ ଜୀ-ସାର୍ଥକରେ ।

‘ଶକ୍ତି’ ହେଉଛି ଶକ୍ତି ମହାପାତ୍ର ନାମକ ଏକ ନିଷ୍ଠାପର ଓ ସ୍ବାଭିମାନୀ ଝିଅର କାହାଣୀ । ବିଦେଶରେ ପାଠ ପଢି ଓକିଲ ହେବା, ନିଜ ପରିବାରକୁ ସାହାଯ୍ୟ କରିବା ଓ ସ୍ବାଧୀନ ଭାବରେ ଚଳିବାର ସ୍ୱପ୍ନ ଦେଖେ ଶକ୍ତି । ହେଲେ ନିଜ ପରିବାର ଏବଂ ଶିବରାଜଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା କଳି ଝଗଡା ମଧ୍ୟରେ ସେ ଫସିଯାଇଛି । ଗର୍ବୀ ତଥା ନିର୍ଦ୍ଦୟ ବ୍ୟବସାୟୀ ଶିବରାଜ ଶକ୍ତିକୁ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଯେତେବେଳେ ସେ ମନା କରେ, ସେତେବେଳେ ଶିବରାଜ ତାକୁ ହଇରାଣ କରିବାକୁ ସବୁବେଳେ ଚେଷ୍ଟା କରେ । ଏହା ସତ୍ତ୍ୱେ ଶକ୍ତି, ଯିଏ କି ହାରିବା ଶିଖିନି ବରଂ ଲଢିବା ଶିଖିଛି, ସେ ଶିବରାଜଙ୍କ ସହିତ ବିବାହ କରିବାକୁ ନିଷ୍ପତ୍ତି ନିଏ । ହେଲେ କଣ ହେବ ଆଗକୁ ? ସେମାନଙ୍କର ସମ୍ପର୍କ ଶତ୍ରୁତା ପ୍ରେମକୁ ରୂପାନ୍ତରିତ ହେବ ? ସେମାନଙ୍କ ପରିବାର ମଧ୍ୟରେ କଳହର ଅନ୍ତ ଘଟିବ କି ? ତେବେ କାହାଣୀ ଏହିଠାରୁ ଆରମ୍ଭ ମାତ୍ର ।
ଏସ ପି ପି ପ୍ରଡକ୍ଶନ୍ସର ଏହି ଧାରାବାହିକରେ ନାୟକ ନୀଲ ଥିବା ବେଳେ ନାୟିକା ହୋଇଛନ୍ତି ମିତାଲି । ‘ଶକ୍ତି’ ପ୍ରସାରିତ ହେବ କେବଳ ଜୀ-ସାର୍ଥକରେ ସୋମବାରୁ ଶୁକ୍ରବାର ସନ୍ଧ୍ୟା ୮ ରେ ।

ଏକ ଛୋଟ ଗାଁରେ ଦୁଇ ଭଉଣୀ ଯଶୋଦା ଓ ଦେବକୀ ଏକ ଭୁଲ ବୁଝାମଣା ପାଇଁ ଅଲଗା ହୋଇଯାଇଥିଲେ କାରଣ ଯଶୋଦାର ବାହାଘର ମାଧବ ସହ ଠିକ ହୋଇଥିଲା ବେଳେ ଦେବକୀ ବିବାହ କରିଥିଲେ ମାଧବକୁ ଓ ସେଥିପାଇଁ ଦେବକୀକୁ ଘରୁ ବାହାର କରିଦିଆଯାଇଛି ଓ ତା ବାପା ତାକୁ ଆଉ ଫେରିବାକୁ ବାରଣ କରିଛନ୍ତି । ଯଶୋଦା ରଘୁରାଜକୁ ବିବାହ କରିଛି, ଯିଏକି ତାଙ୍କ ପିତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଦେବକୀ ଠାରୁ ଯଶୋଦାକୁ ଦୂରେଇ ରଖିଛି । ଏହା ମଧ୍ୟରେ ୨୦ ବର୍ଷ ଚାଲିଯାଇଛି, ଦେବକୀର ଝିଅ ରାଗିଣୀ, ଲଣ୍ଡନର ଜଣେ ପାଠ ପଢିଥିବା ଆଧୁନିକ ତଥା ସ୍ବାଧୀନ ଚିନ୍ତାଧାରା ରଖୁଥିବା ଝିଅ ମା’ (ଦେବକୀ) ମୃତ୍ୟୁ ପରେ ଯଶୋଦାର ପରିବାର ସହିତ ରହିବାକୁ ଆସନ୍ତି । ଯଶୋଦାର ଝିଅ ‘ସନ୍ଧ୍ୟା’ ଜଣେ ପାରମ୍ପରିକ ଚଳଣି ସହ ଘରର ବଡ଼ ମାନଙ୍କୁ ଗଭୀର ସମ୍ମାନ କରନ୍ତି । ସେ ତାଙ୍କ ମା ଉପରେ ନିର୍ଭରଶୀଳ ଏବଂ ହକି ଖେଳିବାକୁ ସ୍ବପ୍ନ ଦେଖେ । ଯଶୋଦା, ଜଣେ ସ୍ନେହୀ ମା ଏବଂ ଦ୍ଵାୟୀତ୍ଵବାନ ପତ୍ନୀ, ରାଗିଣୀଙ୍କୁ ଆପଣେଇ ନିଅନ୍ତି । ସେପଟେ କଠୋର ତଥା ପାରମ୍ପାରିକ ପିତା ରଘୁରାଜ, ଝିଅ ମାନଙ୍କର ସୁରକ୍ଷା ଏବଂ ଭବିଷ୍ୟତ ପାଇଁ ପାରିବାରିକ ପରମ୍ପରାକୁ ବଜାୟ ରଖିବାକୁ ଚେଷ୍ଟା କରନ୍ତି । ତେବେ କଣ ଦୁଇ ଝିଅ ଏଥର ମିଶି ପାରିବେ ନା ପୁଣି କିଛି ଭୁଲ ବୁଝାମଣା ହେବ । ଓଡ଼ିଶାର ଲୋକପ୍ରିୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ଲିତିସା ଓ ପ୍ରିୟଙ୍କା ।

ସେପଟେ ବିବାହ ପରେ ପ୍ରେମର ନୂଆ କାହାଣୀ ନେଇ ଆସୁଛି ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ମୋ ସାଥିରେ’ । ବାହାଘର ପରେ ଅମ୍ବର ଓ ଧାରା ମଧ୍ୟରେ ହେଉଥିବା ପ୍ରେମ, ଝଗଡା ଓ ବୁଝାମଣା ବହୁ ଉତ୍କଣ୍ଠାପୂର୍ଣ ମୋଡ । ବିଜୟ କାଣ୍ଡୋଇ ପ୍ରଯୋଜିତ ଓ ସରୋଜ ଦାଶ ନିର୍ଦେଶିତ ‘ତୁ ମୋ ସାଥିରେ’କୁ ଦର୍ଶକ ଦେଖିବେ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ ରେ କେବଳ ଜୀ-ସାର୍ଥକରେ ।

ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ । ଏହି ମେଗା ଧାରାବାହିକ ଗୁଡିକ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।

ଚ୍ୟାନେଲ ମୁଖ୍ୟ କ୍ଲଷ୍ଟର ଅଫିସର ସମ୍ରାଟ ଘୋଷ (ଇଷ୍ଟ) ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ କହିଛନ୍ତି, ନଂ-୧ ଜିଇସି ଚ୍ୟାନେଲ ଭାବରେ ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିପାରିଛି ତାର କାରଣ ହେଉଛନ୍ତି ଆମ ଦର୍ଶକ ମାନଙ୍କର ଭଲ ପାଇବା ଓ ଆଶୀର୍ବାଦ । ଆମେ ଆମ ଦର୍ଶକ ମାନଙ୍କୁ ଅନୁରୋଧ କରିବୁ ଯେ ଆମ ପ୍ରତି ତାଙ୍କର ଏହି ପରି ଭଲ ପାଇବା ରହୁ ଓ ଆମ ସହିତ ରହିବେ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ରୀ ଘୋଷ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button