ଦେଶ

ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଟ୍ରକ; ସ୍ୱାମୀ-ସ୍ତ୍ରୀ ମୃତ – Ibnodisha

[ad_1]

ଶିମଲା: ହିମାଚଳ ପ୍ରଦେଶର ଶିମଲାରୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଥିରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁହେଁ ସ୍ୱାମୀ-ସ୍ତ୍ରୀ ବୋଲି ପରିଚୟ ମିଳିଛି । ଦୁର୍ଘଟଣାର ଲାଇଭ ଭିଡିଓ ମୋବାଇଲରେ ରେକର୍ଡ ହୋଇଛି । ଘଟଣାଟି ଗତକାଲି(ମଙ୍ଗଳବାର) ସନ୍ଧ୍ୟା ପ୍ରାୟ ୭ଟା ବେଳର । ଗୋଟିଏ ସେଓ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି ପଡିବାରୁ ଏହି ଅଘଟଣ ଘଟିଛି । ଟ୍ରକ ଓଲଟିବା ବେଳେ ୩ଟି କାର୍ ଓ ଗୋଟିଏ ବାଇକ ସହ ଧକ୍କା ହୋଇଥିଲା ।

ସୂଚନା ଅନୁଯାୟୀ, ୫୨ ବର୍ଷୀୟ ମୋହନ ସିଂହ ନେଗି ଓ ତାଙ୍କ ପତ୍ନୀ ଆଶାର ନେଗି କାରରେ ନିଜ ଘର ଜୁବ୍ୱଲ ଅଭିମୁଖେ ଯାଉଥିଲେ । ଶିମଲା ଜିଲ୍ଲାର ଠିୟୋଗ ନିକଟରେ ସୋଲେନ ଆଡକୁ ଦ୍ରୁତଗତିରେ ଯାଉଥିବା ଗୋଟିଏ ସେଓ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏବଂ ଏକ ମାରୁତି କାର୍ ସମେତ ୩ଟି କାର୍ ଓ ଗୋଟିଏ ବାଇକକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ସମ୍ପୃକ୍ତ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣାର ଘଣ୍ଟାଏ ପରେ ଜେସିବି ସାହାଯ୍ୟରେ ଟ୍ରକରୁ ରାସ୍ତାକଡକୁ ନିଆଯାଇଥିଲା ଏବଂ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଏହି ଦୁର୍ଘଟଣା ସମୟର ଚିତ୍ର ମୋବାଇଲରେ କଏଦ ହୋଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button